STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ଅନୁଭବରେ ତୁମେ

ଅନୁଭବରେ ତୁମେ

1 min
418


ସ୍ବଚକ୍ଷୁରେ ସିନା ଦେଖିନାହିଁ କେବେ

ହେ ଇଶ୍ବର ତବ ରୂପ

ହେଲେ ମୋ ପ୍ରଶ୍ବାସେ ରହିଛ ବିଶ୍ୱାସେ

ତୁମ ନାମ କରେ ଜପ।

ମାଆର ସେନେହ ପିତାଙ୍କ ଆକଟ

ଗୁରୁଜନ ଆଶୀର୍ବାଦ

ସବୁଥିରେ ଭରା ତୁମରି କରୁଣା

ବର୍ଣ୍ଣି ନପାରେ ଯା' ବେଦ।

ପ୍ରେମ ଦୟା ପୂର୍ଣ୍ଣ ଅଖିଳ ବ୍ରହ୍ମାଣ୍ତ

ସରଜନା ତୁମ ହାତେ

ପ୍ରତିଟି କଣିକା ଅଣୁ ପରମାଣୁ

ଗାଏ ତବ ସ୍ତୁତି ସତେ।

ବନ ଉପବନେ ନିତି ଭାସି ଆସେ

ସୁନ୍ଦରୀ ସୁମନ ବାସ

ଅନ୍ତରୀକ୍ଷ କୋଳେ ତାରକା ମେଳରେ

ଦିଶେ ତୁମ ଦରହାସ।

କୁଳୁକୁଳୁ ନାଦେ ନିର୍ଝରଣୀ ବହେ

ଗିରିଶ ବକ୍ଷକୁ ଭେଦି

ତୁମ ପ୍ରତିଛବି ଅନ୍ତରେ ଆଙ୍କିଛି

ପାରି ହୋଇ ଚଉହଦି।

ପ୍ରତି ପଲକରେ ମୋ ହୃଦ ତନ୍ତ୍ରୀରେ

ତୁମକୁ ମୁଁ ଖୋଜି ପାଏ

ଅନୁଭବେ ମୋର ରହିଛ ରହିବ

ମୋ ଜୀବନ ଥିବା ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational