STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅନୁଭବରେ ତୁମେ

ଅନୁଭବରେ ତୁମେ

1 min
232

ଅଗଣିତ ଅନୁଚ୍ଚାରିତ ଆହ୍ୱାନ ଭିତରେ 

ତୁମେ ଆସ ଏକ ପ୍ରଶାନ୍ତି ଭରା ହୃଦ ସ୍ପନ୍ଦନ ହୋଇ,

ତୁମକୁ ଅନୁଭବ କରିବାକୁ ପ୍ରୟାସ କରି

ମୁଁ ବାରମ୍ବାର ବିଫଳ ହୁଏ ସତ

ତୁମେ କିନ୍ତୁ ଚିହ୍ନା ଦିଅ

ଘଟଣାବହୁଳ ଜୀବନର ଅନେକ ଉଦାହରଣରେ

ଏକ ଅଶରୀରି ସହଚର ହୋଇ। 


ତୁମେ ବହୁବାର ଅବହେଳିତ ହୁଅ

ମୋ କାମନା-ବାସନାଚ୍ଛନ୍ନ ହୃଦୟର ବ୍ୟସ୍ତତା ଭିଡ଼ରେ

ମୁଁ ଅଣଦେଖା କରେ ତୁମ ଉପସ୍ଥିତିକୁ

ମୋହବଦ୍ଧ ଚେତନାର ଭ୍ରମିତ ବୁଦ୍ଧିରେ

ତଥାପି କର୍ମପ୍ରବଣ ଜୀବନରେ

ତୁମେ ରହିଥାଅ ସମସ୍ତ କାରଣ ଓ ଉଦ୍ଦେଶ୍ୟ ପଛରେ

ଏକ ପ୍ରେରଣା ଓ ଆଶ୍ୱାସନା ହୋଇ। 


ତୁମେ ଖୁବ୍ ମନଖୋଲି ହସିଉଠ 

ମୋ ଉଲ୍ଲାସର ରୋମାଞ୍ଚ ଭିତରେ

ତୁମ ଆଖି ବି ଆର୍ଦ୍ର ହୁଏ

ଝୁଣ୍ଟିଲେ ମୁଁ ଜୀବନର ଭଙ୍ଗା ପାହାଚରେ

କେବେ କେବେ ମୁଁ ତୁମକୁ ଲୁଚାଇ ଦିଏ

ବିସ୍ମୃତିର କଳା ପରଦାରେ ମୋ ଅଜ୍ଞତାବଶରେ

ତୁମେ କିନ୍ତୁ ତୁମ ଚକ୍ରାନ୍ତରେ

ବାଧ୍ୟ କରି ଚାଲିଆସ ମୋ ମୁଦିତ ଚକ୍ଷୁର ସ୍ୱଚ୍ଛ ପଟଳରେ। 


ଅନେକ ଥର ବାଟ ମୁଁ ହୁଡ଼ିଛି

ତୁମ କଥା ନମାନି ମୋ ତୁଚ୍ଛା ଅହଙ୍କାରେ

ନିର୍ଦ୍ଧାରିତ ଚୌହଦୀ ଡେଇଁ

ମୁଁ ନିଜ ଇଚ୍ଛାର ମିନାର ଗଢିଛି ମୋ ଇପ୍ସିତ ମାଟିରେ

ଆଶା କିନ୍ତୁ ଧୂଳିସାତ ହେଲା ପରେ

ତୁମେ ଆସ ପ୍ରତିଥର ଚେତାଇ ଦେବାକୁ

ମୋ ସବୁ ଭାବ ନିରର୍ଥକ ଧୁଆଁ ତୁମ ଅଭାବରେ। 


ମୁଁ ଚିନ୍ତେ କି ନ ଚିନ୍ତେ ତୁମେ ସେ କଥା ଖୋଜନା

ମୋ ପୂଜା ଦୀପ ଆଳତୀରେ ତୁମ ମନ ବି ମାନେନା

ମୋ ସରଳ ପ୍ରାଣର ନିଃସର୍ତ୍ତ ସମର୍ପଣରେ

ତୁପ୍ତ ହୁଅ ମୁଗ୍ଧ ହୁଅ ଅଲକ୍ଷ୍ୟରେ ମୋର

ମୋ ପ୍ରଭାତୀ ସ୍ଫୁର୍ତ୍ତିରେ ତୁମେ

ଓ ରାତିର ନିଦରେ ତୁମେ

ସବୁଥିରେ ତୁମେ ଥାଅ ମୁଁ କିନ୍ତୁ ବୁଝେନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract