STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଅନୁଭବୀ ମାଆ

ଅନୁଭବୀ ମାଆ

1 min
223


ପ୍ରଭାହୀନ ଦଶଦିଶ ତମସା ଆଚ୍ଛନ୍ନ 

ଦୃଶ୍ୟମାନ ପୃଥିବୀଠୁ ଦିଗନ୍ତ ଆକାଶ ,

ଜୁଳୁଜୁଳୁ କରୁଥିବା ପତଙ୍ଗ ଭ୍ରମରେ

ଡିଣ୍ଡିମ ପିଟି ଚାଲନ୍ତି ସେ ପ୍ରକାଶ ଉତ୍ସ ।


ଜଳି ନିଜେ ଅହରହ ଯଜ୍ଞ ଅନ୍ତର୍ଦାହେ

ଉତ୍ସର୍ଗିବା ହିରଣ୍ମୟ ବିଶୁଦ୍ଧ କିରଣ ,

ସୁର୍ଯ୍ଯବିନା ଇତରଙ୍କ ନୁହଁଇ ଆୟତ୍ତ 

ଆତ୍ମ ପ୍ରବଞ୍ଚନା ମାତ୍ର ତୁଚ୍ଛା ପ୍ରଦର୍ଶନ ।


ଘଷି ହୋଇ ବାରମ୍ବାର କଷଟି ସମୟେ

ଔଜଲ୍ୟେ ଶୁୁଦ୍ଧ ସୁବର୍ଣ୍ଣ ଅଧିକୁ ଅଧିକ ,

ଅତିକ୍ରମି ବାଧାବିଘ୍ନ ସଂସାର ଜଞ୍ଜାଳ 

ଅବିରତ ସ୍ରଷ୍ଟା ହୁଏ ସୃଜନ ମନସ୍କ ।


ଅନୁରକ୍ତି ସତ୍ଯନିଷ୍ଠ ଜୀବନ ଦର୍ଶନ 

ମାନବୀୟ ମୂଲ୍ୟବୋଧ ଅମୃତ ସରଣୀ ,

ସମ୍ବେଦେ ପ୍ରସବ ବ୍ଯଥା ଅନୁଭବୀ ମାଆ 

ପୀଡେ ଛଳ ପ୍ରପଞ୍ଚ ସମ୍ମୋହେ ବ୍ଯଭୀଚାରିଣୀ । 


Rate this content
Log in

Similar oriya poem from Inspirational