Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Tragedy

4  

jyotsna mayee panda

Tragedy

ଅନୁଭବ...

ଅନୁଭବ...

1 min
222


ବର୍ଷା ଫୁଆର ଦେଖି

ତୁମେ ଖୁବ ଖୁସି ହେଉଛ

ହାତରେ ଗରମ ଚା ର କପ ନେଇ

ତୁମେ ଖୁବ ମଜା ନେଉଛ

ବର୍ଷା କୁ ତୁମେ ବେସ ଉପଭୋଗ କରୁଛ

ବର୍ଷା ରେ ପୁଣି ଭିଜା ମାଟି ର ବାସ୍ନା ରେ

କେତେବେଳେ ପ୍ରିୟା ର ସ୍ମୃତି ରେ

ଗୋଟା ପଣେ ନିଜକୁ ହଜେଇ ଦେଇଛ

ହେଲେ ମୁଁ ଦେଖୁଛି

ମୋ ଭଙ୍ଗା ଚାଳ ରେ

ଟପ ଟପ ବର୍ଷା ପାଣି ଝରିବାର

ଘର ଟା ପୁରା ଭିଜିବାର

ଗୋଟାପଣେ ବତୁରି ଯାଇଛି ଡାଳି, ଚାଉଳ

ଭୋକ ର ଜ୍ୱାଳା ରେ ଜଳୁଛି ମୁଁ

ପେଟ ରେ ନିଆଁ ର ଆସର

ଆଖିରୁ ଝରୁଛି ପୁଣି ନୀର

ଯେମିତି ସେ ଅମାନିଆ ବର୍ଷା ଧାର

ଦୁନିଆ ର ଗହଳି ଭିତରେ ଅନୁଭବ କରେ

ଏକାକୀତ୍ୱ ବୋଧ ର

ହିସାବ ନାଇଁ କାହା ପାଖେ

ମୋ ଅବ୍ୟକ୍ତ କୋହ ର

ସତରେ କେତେ ତଫାତ

ଏ ବର୍ଷା ର ଅନୁଭବ ଟା

ତୁମର ଆଉ ମୋର



Rate this content
Log in

Similar oriya poem from Tragedy