ଅନ୍ତସ୍ଵର
ଅନ୍ତସ୍ଵର
ନ ଥାଉ ସୁଗନ୍ଧ ମୋର
ଅଛି ତ ଯୌବନ
ନ ଥାଉ ମାଧୁର୍ଯ୍ୟ ମୋର
ପ୍ରୀତି ଭରା ମନ।।।।
ନ ଆସୁ ମଧୂପ ପଛେ
ଭାବୁକ ଟି ଛନ୍ଦା
ମଧୁପ ସାଥେ ମୁଁ ନୁହେଁ
କବି ସହ ବନ୍ଧା।।।।
ନାହିଁ ମୋର ମକରନ୍ଦ
ସ୍ଵାଦ ହୀନ ବକ୍ଷ
ଭାବୁକ ପାଇଁ ମୁଁ ସଦା
ପ୍ରୀତି ର ସୌଷ୍ଠବ।।।
ସୁରଭି ବିହୀନ ସିନା
ସ୍ବପ୍ନ ର ଜାଲ ରେ
ସମର୍ପିଚି ଭାବୁକ କୁ
ଲେଖନୀ ମୁନ ରେ।।।
ନ ଆସୁ ଭ୍ରମର କେବେ
ନାହିଁ ମୋର ବ୍ୟଥା
ବାନ୍ଧୁଛି ପ୍ରୀତି ଜାଲ ରେ
ପ୍ରଗଲ୍ଭା ପ୍ରେମିକା,।
କେତେ ଶବ୍ଦ ସାଉଣ୍ଟିଚି
କବି ମୋ ତନୁ ରେ
ଗନ୍ଧ ହୀନ ହେଲେ ବି ମୁଁ
ଭାବୁକ ହୃଦ ରେ।।।
କାଗଜ ଫୁଲ ମୁଁ ପରା
ସୁରଭି ବିହୀନ
ସମର୍ପିଚି ମୋ ଯୌବନ
ତନୁ ମନ ପ୍ରାଣ

