STORYMIRROR

Dr.Sashi Bhushan Mohapatra

Inspirational

3  

Dr.Sashi Bhushan Mohapatra

Inspirational

ଅନ୍ତରରୁ ଅନ୍ତରୀକ୍ଷ

ଅନ୍ତରରୁ ଅନ୍ତରୀକ୍ଷ

1 min
41


ରାତିର ଅନ୍ଧକାର 

ଏକ ଧ୍ୟାନମଗ୍ନ ନୀରବତା

ସେହି ଅନ୍ଧାର ଜୀବନକୁ

ଦେଖାଏ ଆଲୋକର ରାସ୍ତା।


ଦିନର ଆଲୋକ

ଏକ ନୀରବତା ଭଙ୍ଗ କୋଳାହଳ 

ଯାହା ଭିତରକୁ ନେଇଯାଏ

ଯେଉଁଠିଥାଏ ଗଭୀର ଅନ୍ଧାରର ନୀରବତା।


ଦିନ ଓ ରାତିର

ଆଲୋକ,ଅନ୍ଧକାର ଭିତରେ

ଜୀବନ ଏକ କ୍ରିୟାଶୀଳ ପ୍ରକ୍ରିୟା।


ଅନ୍ତରରୁ ଅନ୍ତରୀକ୍ଷ ଯାଏଁ

ଶୁଭୁଅଛି ମହାଜୀବନର ଡାକ

ଆଲୋକ ଓ ଅନ୍ଧକାର ଭେଦକରି

ନିଃସଙ୍ଗ ଏ ଜୀବନ ଯାତ୍ରାରେ

ଡେଣାଝାଡି ପକ୍ଷୀଟିଏ ଉଡୁଛି ଦେଖ


ଅନ୍ଧକାର ଛୁଇଁ ଛୁଇଁ 

ଉଡି ଉଡି ଲଙ୍ଘିବାକୁ ହେବ

ଯୋଜନ ଯୋଜନ ଆଲୋକ ବର୍ଷ,

ଜୀବନର ରାତି ପାହିବା ପୂର୍ବରୁ 

ଶୂନ୍ୟରୁ ମହାଶୂନ୍ୟ ଯାଏଁ

ଏଡାଇ ଏଡାଇ ସମସ୍ତ ପ୍ରତିବନ୍ଧକ ।


ଅନ୍ଧାର ଭିତରେ ଆଲୋକ ଛଉଁଥାଉ

ଦୁର୍ଲଭ ସ୍ପର୍ଶର ଅନୁଭବ

ଜୀବନକୁ ଇନ୍ଦ୍ରିୟମୁକ୍ତ କରି

ଶାଶ୍ୱତ ଯାତ୍ରାର ଆନନ୍ଦ ମିଳୁଥାଉ।



Rate this content
Log in

Similar oriya poem from Inspirational