STORYMIRROR

Ajit Kumar Raut

Action Inspirational

3  

Ajit Kumar Raut

Action Inspirational

ଅନ୍ତର୍ଜାତିକ ମାତୄଭାଷା ଦିବସ

ଅନ୍ତର୍ଜାତିକ ମାତୄଭାଷା ଦିବସ

1 min
217


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଟି


ଓଡ଼ିଆ ଭାଇଙ୍କୁ ମୋର


ବିଚ୍ଛିନ୍ନାଚଳର ଓଡ଼ିଆ ଭାଇଙ୍କୁ


ଶୁଭକାମନା ଟି ମୋର।୧।


ଆନ୍ତର୍ଜାତିକ ର ପବିତ୍ର ଦିବସେ


ମାତୄଭାଷା ହେଉ ଜୟ


ଭାଷାର ପ୍ରଦୀପ ପ୍ରଷ୍ଫୁଟିତ ହେଉ


ମାତୃଭୂମି ହେଉ ଜୟ।୨।


ପ୍ରତିଜ୍ଞା କରିବା ପବିତ୍ର ଦିବସେ


ସଂଗଠିତ ହେବା ସର୍ବେ


ଓଡ଼ିଆ ଭାଷାକୁ ଆଗ କରିବାଟି


ଓଡ଼ିଆ ପଢିବା ସର୍ବେ।୩।


ପ୍ରାଣପଣ ଦେଇ ଲାଗି ପଡିବା ହେ


ଭାଷାର ବିକାଶ ହେବ


ହସି ଉଠିବହେ ବିଚ୍ଛିନ୍ନାଚଳ ମୋ


ଭାଷାର ହେବ ଗୌରବ।୪।


ଜଗନ୍ନାଥ ପ୍ରଭୁ ଦୟା କରିବେ ହେ


ହେବଟି ଆମ ଉନ୍ନତି


ଜ୍ଞାନର ପ୍ରଦୀପ ଆବିର୍ଭୂତ ହେବ


ଭାଷାର ହେବ ଉନ୍ନତି।୫।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଟି


ଓଡ଼ିଆ ଭାଇଙ୍କୁ ମୋର


ବିଚ୍ଛିନ୍ନାଚଳର ଓଡ଼ିଆ ଭାଇଙ୍କୁ


ଶୁଭକାମନା ମୋର।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action