STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ

1 min
175


ପ୍ରାଚୀନ ଖୋଜରୁ ଯୋଗ ମଧ୍ୟ ଏକ


  ଉତ୍ପତ୍ତି ଭାରତ ମଧ୍ୟୁ,


ପରମ୍ପରା ଯାର ପ୍ରାଚୀନ କାଳରୁ


  ଋଷି ମୁନି ଯୋଗ ମଧ୍ୟୁ।



ହୃଦୟ ଆତ୍ମାକୁ ସାମଞ୍ଜସ୍ୟ କରେ


  ସନ୍ତୁଳନ ମନ ପ୍ରାଣ,


ଦିବ୍ୟଶକ୍ତି ଆଉ ଦିବ୍ୟଜ୍ଞାନ ଦିଏ


  କରେଟି ଶକ୍ତି ଅର୍ପଣ।



ମଧୁମେହ ଅବା ରକ୍ତଚାପ ହେଉ


 ଯୋଗରୁ ନିରୋଗ ହୁଏ,


ସମ୍ପୂର୍ଣ୍ଣ ବିଶ୍ବରେ ଗ୍ରହଣ ଯାହାର

  

  ରାଷ୍ଟ୍ର ଶକ୍ତିଶାଳୀ ହୁଏ।  



ଏକୋଇଶ ଜୁନ ଯୋଗ ଦିବସଟି


  ସମ୍ପୂର୍ଣ୍ଣ ବିଶ୍ବରେ ଯୋଗ,


ଅନ୍ତରାଷ୍ଟ୍ରୀୟ ଏ ଯୋଗ ଦିବସଟି


  ନିରୋଗ କରୁଛି ରୋଗ।



ଅଦୃଶ୍ୟ ରୋଗର କାରଣରୁ ପରା


  ଦୂର ଥିଲା ଦୁଇ ବର୍ଷ,


ନାହିଁ ସେହୁରୋଗ ଦୂରେଇ ଗଲାରେ


 ଆସିଛି ଯୋଗ ଦିବସ।



ପାଳିତ ଦିବସ ସମ୍ପୂର୍ଣ୍ଣ ରାଷ୍ଟ୍ରରେ


 ପାଳିତ ସମ୍ପୂର୍ଣ୍ଣ ବିଶ୍ବେ,


କରୁଛନ୍ତି ଯୋଗ ଦେଶର ପ୍ରଧାନ


 ପ୍ରେରିତ କରନ୍ତି ବିଶ୍ବେ।



ଭାରତ ସଂସ୍କୃତି ଗୁଞ୍ଜନ କରୁଛି


 ଦେଉଛି ଗୌରବ ରାଷ୍ଟ୍ରେ,


ନିରୋଗ ହୁଅନ୍ତି ବିଶ୍ବର ଜନତା


  କରେ ଆନନ୍ଦିତ ରାଷ୍ଟ୍ରେ।



ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି


  ଯୋଗ ଦିବସରେ ମୋର,


ଆନନ୍ଦ ଉତ୍ସାହ ଗୁଞ୍ଜୁ ବ୍ରହ୍ମାଣ୍ଡରେ


  ଏହୁ ଅଭିଳାଷ ମୋର।



ଆସ ଆସ ଭାଇ ଭଉଣୀ ମୋହର

 

  ଯୋଗ କରିବାରେ ନିତ୍ୟେ,


ନିରୋଗ ରହିବା ଯୋଗକୁ କରିଣ


 ହେଉରେ କର୍ତ୍ତବ୍ୟ ନିତ୍ୟେ।



ଯୋଗ କଲେ ନିତ୍ୟେ ଶାନ୍ତ ହେବ ମନ


  ହୋଇ ଯିବ ରୋଗ ଦୂର,


ବିଭୁ କାର୍ଯ୍ୟ ସର୍ବେ କରିବ ଉତ୍ସାହେ


  କଷ୍ଟ ଚିନ୍ତା ହେବ ଦୂର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract