STORYMIRROR

CHARUBALA PADHI

Abstract Tragedy

4.5  

CHARUBALA PADHI

Abstract Tragedy

ଅନ୍ତିମ ସାହାରା

ଅନ୍ତିମ ସାହାରା

1 min
364



ଜୀବନ ମରୁଭୂମିରେ ଯିଏ ତା ପାଇଁ ଥିଲା ଅନ୍ତିମ ସାହାରା

ଭାବିଥିଲା ସାଜିବ ସେ ନୀର ଆଉ ମେଣ୍ଟାଇବ ତା ତୃଷ୍ଣା,

କିନ୍ତୁ ଆଶାକୁ ନିରାଶାରେ ପରିଣତ କରି ସେ ଦେଇଗଲା ଅସରନ୍ତି ଜ୍ଵାଳା

ଦହନରେ ଯା'ର ତିଳତିଳ ହୋଇ ଦଗ୍ଧୀଭୂତ ହେଲା ତା ମନର ଅଫୁରନ୍ତ କାମନା।

ନା ଦେଖିପାରିଲା,ନା ଦେଖାଇପାରିଲା

ଖାଲି ରହିଗଲା ଯାହା ପରଦା ପଛର ଅଭିନେତାଟେ ହୋଇ...

ତଥାପି ଦୁଃଖକୁ ଜାବୁଡ଼ି, ଜରାଜୀର୍ଣ୍ଣ କାୟା ସାଥେ ,

ଆଜି ବି ପ୍ରତୀକ୍ଷାରେ ସେ,କେବଳ ବୁନ୍ଦାଏ ମାତ୍ର ଆଶ୍ୱାସନାର।

କେବେ କେଜାଣି ସମୟ ତା କୁହୁକ ଦେଖାଇବ!

ଆଉ ଘଡ଼ିଏ କି ଦିଘଡି ନୁହଁ,

ଭରିଦେବ ସବୁଦିନ ପାଇଁ ତା ଜୀବନରେ ଅସୀମ ମୌନତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract