STORYMIRROR

Kali Kumar

Abstract Classics

4  

Kali Kumar

Abstract Classics

ଅନ୍ତିମ ମୁହୂର୍ତ୍ତ

ଅନ୍ତିମ ମୁହୂର୍ତ୍ତ

1 min
246

ସମୟର ରେଳଧାରଣାରେ

ରାତିଟା ଗଡ଼ିଗଡ଼ି ,ଏବେ

ତା' ଶେଷ ଠିକଣାରେ;


ସବୁ ଡବାରେ ଗତକାଲିର

ବାସି ସ୍ବପ୍ନ,

କିଛି କିଛି ଆମ୍ବିଳା ହେଲାଣି, ଆଉ କିଛି

ପୂର୍ଵ ପରି ସତେଜ ।।


ଯଦି କିଛି

ନେବାର ଅଛି, 

ତେବେ ନେଇଯାଅ, କାହିଁକି ନା,

କିଛି କ୍ଷଣରେ 

ରାତିଟା ପୁଣି ଗଡ଼ି ଯିବ

ସକାଳ ଆଡ଼କୁ ।।


ଏଇ ଦେଖ ! 

ସେ ପୂର୍ଵ ଆକାଶକୁ,

ସୂର୍ଯ୍ୟଟା କେମିତି ନାଲିବତୀ ଦେଖାଇ

ସବୁଜ ସଙ୍କେତ ଦେଇ ସାରିଲିଣି ।


ଏଇଟା ହିଁ ଅନ୍ତିମ ମୁହୂର୍ତ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract