STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

ଅନ୍ତିମ ଦିନର ଲେଖା

ଅନ୍ତିମ ଦିନର ଲେଖା

1 min
212

ମନ ହୁଏ 

ସ୍ଯାହି ଶୁଖିଯିବା ଯାଏଁ  

ମସ୍ତିଷ୍କ ଖାଲିହେବା ଯାଏଁ 

ଶବ୍ଦକୋଷ ଶୂନ୍ୟ ହେବା ଯାଏଁ 

ହାତ ଥକିଯିବା ଯାଏଁ 

ବହୁତ କିଛି ଲେଖିଯିବା ପାଇଁ। 

କିଏ ଜାଣେ 

ପରବର୍ତ୍ତି ବ୍ଯକ୍ତି କିଏ ହେବ

ଛପି ଛପି ସେ କାହାକୁ ଧରିବ

ମୁଁ ବି ହୋଇପାରେ 

ମୁଣ୍ଡ ଉପରେ ଝୁଲିକି ରହିଛି

ଛିଣ୍ଡି ପଡିବାର ଘଡି 

ଅଚାନକ ହିଁ ତ ଆସ

ଏଣୁ ହେ ବନ୍ଧୁମାନେ

ହେ ମୋର ପ୍ରିୟ ପାଠକମାନେ

ହେ ଏ ସମାଜର ବିରଳ

ସାହିତ୍ୟ ପ୍ରେମୀମାନେ

ଆପଣମାନେ ବ୍ଯସ୍ତ ହୁଅନ୍ତୁ ନାହିଁ 

ମୁ ଆପଣଙ୍କ ଠାରୁ 

ଯଥେଷ୍ଟ ସାମାଜିକ ଦୂରତା ରଖିଛି 

କାରଣ ଆପଣମାନେ 

ମୋ ପାଇଁ ନିଜଠୁ ଅଧିକ।

ସେମିତି ବି ପାଠକ ବିନା ତ 

କବିର ସତ୍ତା ଅସମ୍ଭବ ।

ଭଗବାନଙ୍କ କୃପାରୁ 

ପାଠକେ ସୁସ୍ଥ ରହନ୍ତୁ 

ଏତିକି ପ୍ରାର୍ଥନା। 

ବିପଦଟା ଜଲ୍ଦୀ ଟଳିଯିବ

ତା ପରେ ସେମାନେ 

ଫୁରସତ ବେଳେ ଫେସବୁକ୍ ଖୋଲି 

ଯେବେ ନିରୋଳାରେ

ମୋର କବିତା ପଢୁପଢୁ

ଭାବୁକ ହୋଇପଡୁଥିବେ

ସେତେବେଳେ ମୁଁ 

ଏବେଠୁ ବି ବେଶୀ ଉତ୍ଫୁଲ୍ଲିତ ହୋଇଉଠୁଥିବି

ମୋର ଏ ଶେଷ ଲେଖା ପାଇଁ 

କରୋନାକୁ ଅଜସ୍ର ଧନ୍ୟବାଦ ଦେଉଥିବି ଏବଂ 

କଲମଟେ ଖୋଜୁଥିବି

ଆଉ ଏକ ଅବତାର ପାଇଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract