STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଅନ୍ତଃସ୍ବର

ଅନ୍ତଃସ୍ବର

1 min
209

ପ୍ରେମ କି ନିଷିଦ୍ଧ ସମ୍ପର୍କ

ପ୍ରଣୟ କି ମହାପାପ

କାହିଁ ପାଇଁ ପୁଣି ଏତେ

ଅନୁଶଙ୍କା ଅନୁତାପ

ଯଦି ଏତେ ଘୃଣ୍ୟ ତୁମ ପାଇଁ

ଦୁଇ ମନ ଓ ଦେହର ମିଳନ

ତେବେ କାହିଁ କର 

ବିବାହର ବୃଥା ଆୟୋଜନ

ବେନି ପ୍ରାଣୀର ପ୍ରଗାଢ଼ ଅନୁରକ୍ତି

ହୃଦୟର ଭାବୋଚ୍ଛ୍ଵାସ ଦୃଢ଼ ସମ୍ମତି

କଣ ନୁହଁଇ ଯଥେଷ୍ଟ

ଏଥି ପାଇଁ ଲୋଡ଼ା ପୁଣି

ଚିରାଚରିତ ସାମାଜିକ ସ୍ଵୀକୃତି

ବୈଦିକ ମନ୍ତ୍ରୋଚାରଣ ମଧ୍ଯେ

ରଚି ବହୁ ଆଡ଼ମ୍ବର

ଗୃହର ଚାରିକାନ୍ଥ ଘେରା

ରୁଦ୍ଧ କୋଠରୀରେ

ବଳପୂର୍ବକ କର ଯୌନ ଉତ୍ପୀଡ଼ନ

ବିବାହର ମଖମଲି ପର୍ଦ୍ଦା ଆଢୁଆଳେ

ଅନୂଢ଼ା ଅବଳା ନାରୀରେ ଧର୍ଷଣ

ମାତ୍ର ଦେହଟିକୁ ଭୋଗିବା ପାଇଁକି

ଯଦି ଏତେ ପ୍ରଥା ପରମ୍ପରା

କଟୁ କାଇଦା କଟକଣା

ଅଯଥାରେ କିଏ ବା କାହିଁକି

ଭୋଗିବ ଅସହ୍ୟ ଯନ୍ତ୍ରଣା

ଯେଉଁ ଦେହ ବା ଦେହୀର

ସତୀତ୍ବ ଶୁଦ୍ଧତା ପରୀକ୍ଷଣ

ହେତୁରୁ ଏତେ ଅଗ୍ନିପରୀକ୍ଷାର

ଅସହ୍ୟ ଦୁଃସହ୍ଯ ମାନସିକ ଯନ୍ତ୍ରଣା

ସେଇ ଦେହକୁ ତ ଥରେ ପଚାର

କଣ ତା'ର ଲୋଡ଼ା ପ୍ରଣୟ ନା ଧର୍ଷଣ

କି ଉତ୍ତର ମିଳୁଛି

ତାହା ଧୈର୍ଯ୍ୟଧରି ବାରେ

କର୍ଣ୍ଣ ମନ ଖୋଲି କରି ଶୁଣ

ସେ' ଦେହୀ ଚାହେଁ କଣ

ରତୀସୁଖ ନା କଷଣ

ଦେହର ବି ଅଛି ଇଛା

ଅଛି ଜୈବିକ ପ୍ରତ୍ଯାଶା

କଷଣ ଧର୍ଷଣ କି କରି

ପାରିବ ପୁରଣ ସେଇ

ସବୁ ଦେହୀ ମନୋବାଞ୍ଛା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract