ଅନନ୍ୟା
ଅନନ୍ୟା
କୁହାଯାଏ
ନାରୀ ଇତିହାସ ସୃଷ୍ଟି କରେ ।
ପ୍ରକୃତରେ ଇତିହାସ ତିଆରି କରିବାରେ
ତା ର କୌଣସି ଭୂମିକା ନଥାଏ,
ବରଂ ଇତିହାସର ଚରିତ୍ର ହେବାପାଇଁ ତାକୁ ବାଧ୍ୟ କରାଯାଏ ।
ତାପରେ ସେ ହୋଇଯାଏ ଇତିହାସ
ସତ୍ୟ ଅସତ୍ୟ ର କୌଣସି ପ୍ରମାଣ ନଥାଏ
କିଏ ଦେଖୁଥାଏ ସେଇ ପ୍ରଚ୍ଛଦ କାହାଣୀ
କିଏ ବୁଝିଥାଏ ତା ମରମ କଥା
ଲୋକଙ୍କ ବିଦ୍ରୁପ ଶବ୍ଦ ବଢିବଢି ଦିନେ ତାହା ଦୁମ ହୋଇଯାଏ ।
ତାପରେ ତାକୁଇ ଆଧାର କରି ସୃଷ୍ଟି ହୁଏ
ଅଧ୍ୟାୟ ଅଧ୍ୟାୟ ର କାହାଣୀ ।
ତାକୁ ଯେତେ ଅଭିଯୁକ୍ତ କଲେ ବି ସେ ଚିର ବନ୍ଦନୀୟା ।
