STORYMIRROR

Prafulla Kumar Tripathy

Classics

4  

Prafulla Kumar Tripathy

Classics

ଅଣସର ଘରେ

ଅଣସର ଘରେ

1 min
389

ନିଳାଚଳେ ପ୍ରଭୁ ନିଳା ଖେଳୁଅଛ

 ଶ୍ରୀକ୍ଷେତ୍ର ଭିତରେ ରହିି

ଭକ୍ତ କେବେ ଦୋଷ ଦେବେ ନାହିଁ ବୋଲି

ଜ୍ବରରେ ପଡିଲକି ଶୋଇ

କେତେ ଦିନ ଗଲେ ଦରଶନ ଦେବ

ନବ ଯଉବନ ବେଶ ନେଇ

ତୁମ ଦରଶନ ପାଇବା ପାଇଁ

ଭକ୍ତ ଗଲେଣି ପାଗଳ ହୋଇ

ରଥ ଯାତରାରେ ଭାଇ ଭଉଣି ସଙ୍ଗେ

ଯିବାକୁ ଗୁଣ୍ଡିଚା ଘର

ରଥପଥ ଭକ୍ତ ହେଲେଣି ପ୍ରସ୍ତୁତ

ମନ ହୁଏ ତୁମ ହର ବର

ଜାତି ଧର୍ମ ବର୍ଣ ଭୁୁଲିଗଲ ପ୍ରଭୁ

ସଭିିଙ୍କୁ ଦିଅ ଦର୍ଶନ

ତୁମ ପ୍ରଧାନ ସେବକ ପୁରୀ ଗଜପତି

ସୁବର୍ଣ୍ଣ୍ଣର ଝାଡୁ ଧରି

ଚଣ୍ଡାଳ ରୁପରେ ମାର୍ଜନା କରିବେ

ତିନିରଥ ଘୁରି ଘୁରି 

ଏଡେ ସୌଭାଗ୍ଯ ମୋର ନାହିଁ ପ୍ରଭୁ

ଏ କରୋନା ବେଳରେ

ରଥରେ ଦେଖିାବା ପାଇଁ ସତେ

ଘରେ ବସି ଦୁରଦର୍ଶନରେ ଦେଖି

ଦଣ୍ତବତ କରେ ମୁଁ ତତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics