STORYMIRROR

Alhadini Panigrahi dash

Tragedy

4  

Alhadini Panigrahi dash

Tragedy

*ଅଣନିଃଶ୍ଵାସୀ ପ୍ରୁଥିବୀ *

*ଅଣନିଃଶ୍ଵାସୀ ପ୍ରୁଥିବୀ *

1 min
23.7K

ସଦା ମୁଖରିତ,ସଦା ପ୍ରଫୁଲ୍ଲିତ

ପ୍ରୁଥିବୀ ପଡିଛି ଶୋଇ

ଅଣନିଃଶ୍ଵାସୀ ସାରା ବିଶ୍ବବାସୀ

ମୁଖେ ତୁଣ୍ଡି ବାନ୍ଧି ହୋଇ।


ଏତେ ବଡ ବିଶ୍ବ ତହିଁ ବିଶ୍ବଜନ

କୋରୋନା ଭୟ ରେ ତ୍ରସ୍ତ

ସାରା ବିଶ୍ବ ଞାନୀ,ନବୀନ ବିଜ୍ଞାନୀ

ଔଷଧ ସନ୍ଧାନେ ବ୍ୟସ୍ତ ।


ଚାରିକାନ୍ଥ ଘରେ ସୁସ୍ଥ ରେ ରହିବା

ନିଜେ ଗ୍ରୁହବନ୍ଦୀ ହୋଇ

ସରକାରଙ୍କର ନିୟମ ମାନିବା

ହାତ ସାବୁନ ରେ ଧୋଇ ।


ଆବଶ୍ୟକ ସ୍ଥଳେ ଘରୁ ବାହାରିଲେ

ମୁହଁରେ ଲଗାଇ ମୁଖା

ସାମାଜିକ ଦୂରତା ପାଳନ କରିବା

ମାନିବା ପୋଲିସ କଥା ।


ଘରୁ ଥାଇ ଆମେ ପ୍ରଣାମ କରିବା

କୋରୋନା ଯୋଦ୍ଧା ମାନଙ୍କୁ

ଭଗବାନ ତାହାଙ୍କୁ ଆୟୁଷ ଦିଅନ୍ତୁ

ଦେଶ ସେବା କରିବାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy