ଅନ୍ଲାଇନ୍ ପାଠ ବ୍ୟଙ୍ଗ କବିତା
ଅନ୍ଲାଇନ୍ ପାଠ ବ୍ୟଙ୍ଗ କବିତା
ଘରେ ଘରେ ଆଜି ବସିଛି ହାଟ
ମାଷ୍ଟର ପଢାଉଛି ଅନଲାଇନ୍ ପାଠ
ପିଲାଏ କରୁଛନ୍ତି କେତେ ଯେ ନାଟ
ମାଁ ବାପା ସଭିଏଁ ପଢୁଛନ୍ତି
ଆଜି ଅନଲାଇନ ପାଠ।
ସମସ୍ତଙ୍କ ପାଖରେ ରହିଛି ସ୍ମାର୍ଟ ଫୋନ
ପଢା ପଢିରେ ନାହିଁ କାହାର ମନ
ଶିକ୍ଷକ ବିଚରା ଦିଏ ଜୀବନ
ପାଠ ପଢାଉଛି ଅନଲାଇନ ।
ଆଖିରେ ତାହାର କେତେ ସପନ
ମୋବାଇଲରେ ଆଜି ଦେଇଛି ମନ
ଅନ୍ଲାଇନ୍ ପାଠ ପଢା
ପଢୁଛନ୍ତି ଆଜି ସକଳ ଜନ।
