ଅନଲାଇନ ଆସର
ଅନଲାଇନ ଆସର
ପାଠ ଠୁ ଆସର ସବୁ ଏବେ ପରା
ଅନଲାଇନରେ ହୁଏ
ଘରେ ବସିକରି କବିତା ଆସର
ଆରାମରେ ହେଉଥାଏ ।
କରୋନା ଆସିଲା ଶିଖେଇ ତ ଦେଲା
ଅନଲାଇନ କଥା
ଯେତିକି ଭଲ ଯେ ସେତିକି ଖରାପ
ଅନଲାଇନ ବ୍ୟଥା ।
ଶୁଣୁଥିଲି କାଲି ଆସର ଗୋଟିଏ
ଅଧାରେ ତ ରହିଗଲା
ସଭାପତିଙ୍କର ସ୍ୱାଗତ ଭାଷଣ
ଘୁରି ଘୁରି ବୁଲୁଥିଲା ।
ସାହିତ୍ୟର ରସ ପାନ କଲାବେଳେ
ନେଟ ଯେ ଯାଏ କଟି
କାହାକୁ କହିବା କିଏ ବା ଶୁଣିବ
ଯାଉ କେତେ ଦିନ ବିତି ।
ଭଲ ଲାଗୁଥାଏ ଶୁଣିବା ପାଇଁ କି
ଅନଲାଇନରେ ହବ
ଆସର ପୁରା ତ ହେବ କି ନ ହେବ
କେତେ ବାଟ ସିଏ ଯିବ ।
ସମସ୍ତେ ନିଜର ଭିଡିଓକୁ ବନ୍ଦ
କରିକି ଯେ ରହିଥାନ୍ତି
ଅନଲାଇନ କ୍ଲାସ ଭଳିଆ
ଲାଗେ ସିଏ ଶୋଇଥାନ୍ତି ।
ସମସ୍ତେ ଅଫ କରି ଭିଡିଓକୁ
କାମ ନିଜ କରୁଥାନ୍ତି
ଆଉ କେତେ ଜଣ ନେଟ ପାଇଁ ଯେ
ଭାଗ ନେଇ ନ ପାରନ୍ତି ।
ସବୁ କବି ଲେଖକ ଯେ ଅନଲାଇନ ସହ
ଏତେ ବି ଜଡିତ ନୁହଁ
କେଉଁଟା ମାରିଲେ କଣ ହୋଇବ
ଲେଖକଙ୍କୁ ଜଣା ନୁହଁ ।
ମୋଟା ମୋଟିରେ ତ କହିବାକୁ ଗଲେ
ସାହିତ୍ୟ ଆସର ବ୍ୟଥା
ମୁହାଁ ମୁଁହିଁ ହୋଇ ବସି ଶୁଣିଦେଲେ
ବୁଝିବ ସାହିତ୍ୟ କଥା ।
ସାହିତ୍ୟ ରସକୁ ସେବେ ତୁମେ ଯାଇ
ପାନ ଯେ କରି ପାରିବ
ସମସ୍ତଙ୍କ ଠାରୁ ନୂଆ କିଛି କଥା
ତୁମେ ଯେ ଶିଖି ପାରିବ ।
ସାରିଯାଉ ଏଇ ରୋଗର ପ୍ରକୋପ
କାମ ଚଳା ହେଉଥାଉ
ଅନଲାଇନ ଆସର ଶିଘ୍ର ଯେ ସରିବ
ଅପେକ୍ଷା ଯେ ରହିଥାଉ ।
