ଅନିର୍ବାଣ ଶିଖା
ଅନିର୍ବାଣ ଶିଖା
ଆହେ ତ୍ଯାଗବୀର ଅନିର୍ବାଣଶିଖା
ଦୀପ୍ତ ଆଲୋକ ବର୍ତ୍ତୀକା
ଆଦର୍ଶ ମାନବ କର୍ତ୍ତବ୍ୟ କରିକି
ଦେଇଗଲ ମହାଶିକ୍ଷା ।
ହେ ଜନ ସେବକ ଉତ୍କଳରମଣି
ଦେଶପ୍ରେମୀ ସଂଗଠକ
ଓଡିଆ ଜାତିର ଗର୍ବ ଓ ଗୌରବ
ସଂସ୍କାରକ ସାହିତ୍ୟିକ ।
ଦେହକୁ ମିଶେଇ ଏ ଦେଶ ମାଟିରେ
ଭରି ଦେଲ ଖାଲଖମା
ନିଜର ଉନ୍ନତି ପାଇଁ ଥରେ ହେଲେ
କରିଲନି ଚିନ୍ତା ଜମା ।
ପର ପାଇଁ ସଦା ହୃଦୟ କାନ୍ଦଇ
ସଂଗ୍ରାମେ ତୁମେ ସୈନିକ
ଦୀପର ସଳିତା ପରି ଜଳିଥିଲ
ସାରା ଜୀବନଟା ଯାକ ।
ବନ ବିଦ୍ୟାଳୟ ପ୍ରତିଷ୍ଠା କରିକି
ହେଲ ଆଦର୍ଶ ଶିକ୍ଷକ
ସୁପ୍ରତିଷ୍ଠିତ ଥିଲ ସାମ୍ବାଦିକତାରେ
ସମାଜର ସମ୍ପାଦକ ।
ଆଜୀବନ ତୁମେ ସାଧନା କରିଲ
ଭାଷା ସାହିତ୍ୟକୁ ନେଇ
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ
ବ୍ରତ ଥିଲା ତୁମ ପାଇଁ ।
ହେ ଜନନାୟକ ଜନ୍ମ ଜୟନ୍ତୀରେ
ପ୍ରଣତି ମୋହର ଘେନ
ଆଉ ଥରେ ଆସଏ ଧରାଧାମକୁ
ଏହି ମୋର ନିବେଦନ ।
