STORYMIRROR

ସନାତନ ଦାସ

Abstract Inspirational

3  

ସନାତନ ଦାସ

Abstract Inspirational

ଅନେକ ରୂପରେ ନାରୀ

ଅନେକ ରୂପରେ ନାରୀ

1 min
171

ନାରୀ ଏକ କିନ୍ତୁ ଅନେକ ତା ରୂପ,

ମାତା, ସୁତା , ଜାୟା ଭଗିନୀ,

ସଂସାରକୁ ସିଏ ବାନ୍ଧି ରଖିଛି

ସାଜିଛି ସେ ଆଜି ଧରଣୀ..!!


ମାତା ରୂପରେ ସେ ଜନମ ଦେଇ

ପାଳି ଥାଏ ସାରା ଜୀବନ,

ମମତା ରୂପକ ପଣତ କାନି ରେ

ଆମ ପ୍ରାଣକୁ କରେ ପାବନ..!!


ଦୁହିତା ହୋଇ ସେ ଦୁଇ କୂଳ ପାଇଁ

ହିତ ସାଧନ କରି,

ବୋହୂ ହୋଇ ଘର ସମ୍ଭାଳି ଥାଏ

ନିଜ ଇଚ୍ଛାକୁ ମାରି..!!


ପତ୍ନୀ ରୂପରେ ସାଥୀ ହୋଇଥାଏ

ପତିର ସବୁ କାମରେ,

ଅର୍ଦ୍ଧାଙ୍ଗିନୀ ସେ ଶକ୍ତି ସ୍ୱରୂପା

ସ୍ଵୟଂ ସିଦ୍ଧା ନାମରେ..!!


ଭଗିନୀ ରୂପରେ ଭାଇର ହାତରେ

ବାନ୍ଧେ ସ୍ନେହର ଡୋରି,

ମଙ୍ଗଳ ମନାସି ପ୍ରଭୁଙ୍କ ପାଶେ,

ନଜର ଦିଏ ଉତାରି..!!


ନାରୀ ହୋଇ ସେ ଅଟକି ଯାଇନି

ଘର ଚାରିକାନ୍ଥ ଭିତରେ,

ନାରୀ ଶକ୍ତିକରଣ ସୁଯୋଗ ଦେଇଛି

ବଢ଼ିବାକୁ ସମାଜ ହିତରେ..!!


ଚିରକାଳ ନାରୀ ସେବା କରି କରି

ନିଜକୁ ଜାଳି ଦିଏ,

ସନ୍ତାନ ଠାରୁ ବାପା ମା ଯାଏ

ସଭିଙ୍କୁ ଆଲୋକ ଦିଏ..!!


ମମତାର ନାହିଁ ପଟାନ୍ତର ତାର

କହିଲେ ସମୟ ସରେନା,

ତା ସେନେହ ପାଖେ ସବୁ ମଥାନତ

ତା ମମତା କେବେ ହାରେନା..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract