STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

ଅନ୍ଧକାର

ଅନ୍ଧକାର

1 min
241


ଅନ୍ଧକାରୁ ଆଣି ରଜା-ନହରରେ କରିଦେଲ ମୋତେ ରାଣୀ,

କେମିତି କହିବି ତୁମକୁ ମଣିଷ ତୁମେ ତ ପରଶ ମଣି । (ଘୋଷା)


ହୃଦୟରେ ମୋର ଜଗାଇ ଦେଇଛ ପୀରତିର ନୂଆନିଶା,

ଲାଗେ ତୁମକଥା ମୋତେ ଭାରିମିଠା ଅଳପ ଅକୁହା ଭାଷା ।

ତୁମରି ପରଶ ଆହା କି' ସରସ ଯାଚିଦିଅ ମନଜାଣି ।

ଅନ୍ଧକାରୁ ଆଣି ରଜା-ନହରରେ କରିଦେଲ ମୋତେ ରାଣୀ,

କେମିତି କହିବି ତୁମକୁ ମଣିଷ ତୁମେ ତ ପରଶ ମଣି । (1)


ଜୀବନ ନାଆରେ ଆହୁଲା ନ ଥିଲା ତୁମେ ଆସି ହେଲ ସାହା,

ମୋର ମରୁପଥ ମାଟି ଭିଜାଇଲ ଜୀବନ କହୁଛି ବାହା ।

ଆଞ୍ଜୁଳାରେ ମୋର ଢ଼ାଳୁଛ ଅମୃତ କେମିତି କହିବି ପାଣି ।

ଅନ୍ଧକାରୁ ଆଣି ରଜା-ନହରରେ କରିଦେଲ ମୋତେ ରାଣୀ,

କେମିତି କହିବି ତୁମକୁ ମଣିଷ ତୁମେ ତ ପରଶ ମଣି । (2)



Rate this content
Log in

Similar oriya poem from Romance