STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ଅନ୍ଧକାର

ଅନ୍ଧକାର

1 min
253


ଆହେ ଅନ୍ଧକାର ତୁମେ ତ ଚତୁର

ଖେଳୁଛ ଛାଇ ଆଲୁଅ 

ଯଦି ନୁହେଁ ତେବେ କାହିଁକି ଲୁଚିଛ

ମତେ ଆସି ଦେଖାଦିଅ ।।

କଣ ଲୁଚକାଳି ଖେଳେ ଦେଖାଇବ

ମତେ ପରାସ୍ତର ରାସ୍ତା

ଶକୁନିର ଚାଲ ଚଲେଇ ଦେଖିବ

ମୋର ବିବଶ ଅବସ୍ଥା ।।

ବୁଢ଼ୀ ଅସୁରୁଣୀ କଥା କହି କିଆଁ 

ଡରେଇବ ପ୍ରତି ଥରେ

ଭୟର ମହଲେ ଦୁର୍ଗମ ଦୂର୍ଗରେ

ଚିର ବନ୍ଦୀ କରିବାରେ ।।

ବୁଢ଼ା ବିଲୁଆର ହୁକେ ହୁ ଶବ୍ଦରେ

ଡରେଇବ ବାର ବାର

ପେଚାରତ ଛାତିଫଟା ଚିତ୍କାରରେ

ଥରିବ ସାରା ଶରୀର ।।

ରାତ୍ରି ପୋକ ସବୁ ଝିଁ ଝିଁ ଧ୍ୱନି କରି

ବିଚଳିତ କରିଦେବେ 

ସାପ ବେଙ୍ଗଙ୍କର ବିଚରଣ ମନେ

ଅଜଣା ଶଙ୍କା ଭରିବେ ।।

ସଭିଙ୍କୁ ନିଦ୍ରାର ମଦିରା ଦେଇଣ

ଚେତା ଶୂନ୍ୟ କରିଦିଅ

ମତେ ଏକାକରି ନିସଙ୍ଗତା ସହ 

ଜଳିବାକୁ ଛାଡିଥାଅ ।।

ହେଲେ କାହିଁ ଏତେ ବୃଥା ପରିଶ୍ରମ

ସବୁ ଆଜି ମୂଲ୍ୟହୀନ

ମୁଁ ବା ଏମାନଙ୍କୁ କାହିଁ ଡରିବି ଯେ

ଖରାପ କରିକି ମନ ।।

ଭାବୁଛ କି ମୁଁ ଯେ ନିଃସଙ୍ଗ,ଏକାକୀ

ତୁମେ ଅଛ ମୋ ସହିତ

ତୁମେହିଁ ତ ମୋର ପ୍ରିୟ ସଖା ବନ୍ଧୁ

ଲିଭାଅ ଦିବସ କ୍ଳାନ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational