STORYMIRROR

Kusum Panda

Inspirational

3  

Kusum Panda

Inspirational

ଅନ୍ଧକାର ସ୍ପର୍ଶ ପ୍ରକୃତିର

ଅନ୍ଧକାର ସ୍ପର୍ଶ ପ୍ରକୃତିର

1 min
139


ସ୍ଵପ୍ନ ବୃତ୍ତାନ୍ତ 

ଅମା ଅନ୍ଧକାର

ପାଇଥିଲି ଯାହାକୁ ଦେଖି

ହସିଥିଲି ଅବା ଚାହିଁ

ସ୍ନିଗ୍ଧତା ଉପରେ

ଚାହାଁଣୀରେ ଥିଲା ଶୀତଳତା

ବାରି ପାରୁଥିଲି ଗଭୀରତା

ଚାନ୍ଦ ଛଡ଼ା ଉଜ୍ଜ୍ଵଳତା ନଥିଲା ସେଠାରେ

ଥିଲା ଶ୍ରାବଣୀର ମୁଗ୍ଧତା

ବେଶ୍ ଖୁସି ଅନୁଭବ କଲି

ଶ୍ରାବଣ ରାତ୍ରୀରେ ଶ୍ରାବଣୀର ରୂପେଲି ହାର

ବର୍ଷାର ନିଧୁମ୍ ଶବ୍ଦର 

ଥାପ୍ ଥାପ୍ ସ୍ୱର

ଚଉପଦୀ ଛନ୍ଦ ପରିଲକ୍ଷିତ

କବିତା ଏକ ସ୍ପର୍ଶର

ଏକ ନାରୀର ଆଲୋଡନ

ଚନ୍ଦ୍ରାଲୋକିତ ମନ ତଥା ପୂର୍ଣ୍ଣତାର ଚିହ୍ନ

ଆପଣାଇଥିବା ପ୍ରୀତି

ଋତୁର ଅପରାହ୍ନରେ ସଂପୂର୍ଣ୍ଣ ଭାବେ ଏକପାଖିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଏକ ଭିନ୍ନ ଗୁଞ୍ଜନର ଗାଥା

ଭିନ୍ନ ଭିନ୍ନ ସ୍ୱାଦର ଶବ୍ଦରେ ଅକ୍ଷୁର୍ଣ୍ଣ ଭରା ପ୍ରୀତି

ପ୍ରକୃତିର ବିବିଧତାରେ ଅମ୍ଳାନ ପାରିଧି

ଶବ୍ଦ ଅଳଙ୍କୃତର ଗାମ୍ଭିର୍ଯ୍ୟତା 

ଆବେଗ ଭରା ବିଶ୍ଳେଷଣ

ଝଙ୍କୃତ ପିଆଲାରେ ସ୍ତବ୍ଧ

ନୀରବ ଦ୍ରଷ୍ଟା ସାଜିଥିବା ଦେବୀ 

ସ୍ରଷ୍ଟା ସାଜି ମାଟିର ତତ୍ତ୍ଵରେ ଜଡ଼ିତ

ତୀବ୍ରତାର ମାନ୍ୟତାରେ ବିଭୋର

ଅତି ଗାଢ଼ ରଙ୍ଗର ପ୍ରସ୍ତର ଖଣ୍ଡ

ନିହାଣ ମୁଗୁର ସ୍ପର୍ଶରେ ଜୀବନ୍ତ 

 କିମ୍ବଦନ୍ତୀ ନୁହେଁ

 ଅନ୍ଧକାର ସ୍ପର୍ଶ ପ୍ରକୃତିର /

         

     

 









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational