STORYMIRROR

ଡୁଲେଶ୍ବର କୁମାର ସାହୁ

Inspirational

3  

ଡୁଲେଶ୍ବର କୁମାର ସାହୁ

Inspirational

ଅନ୍ଧାର ରୁ ଆଲୋକ

ଅନ୍ଧାର ରୁ ଆଲୋକ

1 min
180


ଏଇ ଏବେ ଏବେ

ଅନ୍ଧାରରୁ ଆଲୋକର

ଚିନ୍ତା ବଢିଗଲାଣି

ଏବେ ମଣିଷ ଠିକ୍ ଜାଗାରେ ଆସି 

ପାଦ ଥାପି ଦେଲାଣି ।।


ମାଟିଠୁ ଆକାଶ ପର୍ଯ୍ୟନ୍ତ

ନିତିଦିନ ଅତିକ୍ରମ କରୁଛି ଦେଖୁଛି

ରଙ୍ଗ ବେରଙ୍ଗ ଦୁନିଆଁ ଓ ପକ୍ଷୀ

ମାପୁଛି ମାଟି ଓ ଆକାଶର ଦୂରତା ।।


ଯୁଗଥିଲା ଲୋକେ

ଖାଇବା ଠିକ୍ ଭାବରେ ପାଉନ ଥିଲେ

ଏବେ ନିଜ ଠୁ ନିଜ ନାତି କଥା

ମୁଣ୍ଡରେ ବେଶ୍ ଭରି ରହିଛି

ଥାକ୍ ଥାକ୍ ହୋଇ ।।


ଅନ୍ଧାରରେ କାଟୁଥିବା ଗାଁରେ

ମଣିଷ ମାନଙ୍କର ଜୀବନ

ଆରମ୍ଭ ଠୁ ଗାଁ ଶେଷ ପର୍ଯ୍ୟନ୍ତ

ଆଲୋକମୟ ହୋଇ ଜଲୁଛି ।।


ଆଜିର ମଣିଷ ସମାଜ

ଠିକ୍ ବାଟରେ ପାଦ ଥାପି

ଦୁଃଖକୁ ଦୂରେଇ ଦୂରେଇ ଦଉଛି ।।


ମାଟିର ସ୍ନେହ ଓ ଭଲପାଇବା

ମାଟି ଭିତରେ ଖୋଜି ପାଇଛି

ଆକାଶ ଭିତରେ ଖୋଜି ପାରିଛି

ବାଷ୍ପିୟ ଜଳ ଭଣ୍ଡାର

ଦେହ ଭିତରେ ଦେଖିପାରିଛି

ଗୋଟେ ଗୋଟେ ଶିରା ପ୍ରଶିରା

ଏଇ ଏବେ ଏବେ ଅନ୍ଧାର ରୁ ଆଲୋକର ଚିନ୍ତା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational