Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ଅନ୍ଧାର ଆସିବା ଆଗରୁ

ଅନ୍ଧାର ଆସିବା ଆଗରୁ

1 min
259



ମୁଁ କହୁଛି ବୋଲି 

ମନରେ କରୁଛ ରୋଷ

କେବେ କି ଚାହିଁଛ

ନିଜଆଡେ ନିଜେ ଥରେ

ତୁମେ ଉପଭୋଗ କର

ଯାହା ଯାହା ସବୁ

ସବୁଠାରେ ମୋର 

ରକ୍ତର ରଙ୍ଗ ଦିଶେ I

ରକ୍ତ ପାଣିକରି ଗଢିଦେଲି ତୁମଘର

ଅୟସ କରୁଛ 

ଯେଉଁଠାରେ ଆଜି ତୁମେ

ଯୋଗାଇ ଦେଇଛି

ଖାଦ୍ୟ ତୁମରି ପାଇଁ

କେବେ କି ଶୁଣିଛ

ମୋ ଭୋକିଲା ପେଟ ସ୍ୱର I

ରଙ୍ଗୀନ ଚଷମା 

ପିନ୍ଧିଛ ଆଖିରେ ତୁମେ

ସେଥିପାଇଁ ସିନା

ଦୁନିଆ ରଙ୍ଗୀନ ଦିଶେ

କେମିତି ବା ତୁମେ

ଦେଖିବ ମୋ ଦୁଃଖ ଭାର

ଉଦଭ୍ରାନ୍ତ ତୁମେ 

ଧନଗର୍ବେ ମନେମନେ I

ତୁମପାଇଁ ସିନା ଦୁଃଖି ମୁଁ କାଳ କାଳ

ନାହିଁ ଅଭିମାନ ନାହିଁକିଛି ରାଗରୋଷ

ଅପେକ୍ଷା କରିଛି ସେହିଦିନ ଟିଏ ପାଇଁ

ଯେଉଁଦିନ ତୁମେ 

ବୁଝିବ ମୋ ଶ୍ରମ ମୂଲ I

ସେହିଦିନ ବୋଧେ

ନାହିଁ ଆଉ ବେଶି ଡେରି

ଦେଖ କେଉଁପରି 

ରାତି ଆସେ ସରି ସରି

ତୁମ ଉଆସକୁ ଅନ୍ଧାର ଆସିବା ଆଗୁ

ଶ୍ରମିକ କୁ ଦେଇ ନାର୍ଯ୍ୟ ପାଉଣା

ନିଅ ତାକୁ କୋଳ କରି I

         


Rate this content
Log in

Similar oriya poem from Fantasy