ଅନ୍ଧ ହୃଦୟ
ଅନ୍ଧ ହୃଦୟ
ମୁଁ ତୁମ ଯନ୍ତ୍ରଣାର କାରଣ ହୋଇଗଲି
ଦେଖି ପାରିଲିନି ତାର କାୟା, ବୋବାଳି
ସବୁ ଦୁଃଖକୁ ବରଦାସ୍ତ କରି ଦେଉଥିଲି
ଆଉ ମୁଁ ଅନ୍ଧ...ଅଧ ବାଟରେ ଝୁଣ୍ଟି ପଡ଼ିଗଲି ।
ହଁ ତୁମେ ଠିକ୍ କଲ, ଛାଡ଼ି ଗଲ ମତେ
ଅନ୍ଧ ଥିଲି ବୋଲି ଜୀର୍ଣ୍ଣ କରି ଦେଉଥିଲି
ଜଡ଼ ପାଲଟି ଥିବା ତୁମ ବାତାବରଣକୁ
ଏବେ ମୁଁ ବେସାହାରା ପ୍ରେମୀ କଏଦୀଟେ
ଏ ସଂସାର କାରାଗାର ଭିତରେ ସଜା କାଟୁଛି ।
ଆକାଶ ସଦା ଆମ ମୁଣ୍ଡ ଉପରେ ରହେ
ହେଲେ,ଆମେ ତାକୁ ଅନେକ ଦୂରେ ଖୋଜିଥାଉଁ,
ତୁମେ ବି ସେମିତି ପାଖରେ ରହିଗଲ ବୋଲି
ଗାନ୍ଧାରୀର ଅନ୍ଧପୁଟୁଳି ପରି ଅନ୍ଧ କରିଦେଲ
ମୁଁ ବୁଝିଗଲି,ଯେ ଅନ୍ଧ ଅନ୍ଧାରେ କେମିତି ବଞ୍ଚିଯାଏ ।
ତାରା ମେଳେ ଜହ୍ନ ରଚେ ଇତିହାସ
ସେଥିରେ ଗୋଟିଏ ପୃଷ୍ଠା ହିଁ ଦୋହଲାଇ ଦିଏ
ଜୀବନର ଢେର ସାରା ଲିଖିତ ପୃଷ୍ଠାକୁ
ତଥାପି ବେଦନା ଢେଉରେ ନୌକା କାତ ଧରି
ମାରି ଚାଲିଛି ଉଦେଶ୍ୟହୀନ ନାଉରୀ ବେଶେ ।

