STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଅନ୍ଧ ହୋଇ ଭଲ ହୋଇଛି

ଅନ୍ଧ ହୋଇ ଭଲ ହୋଇଛି

1 min
387

ସମସ୍ତେ କୁହନ୍ତି

'ମା'

ତୋ ମୁହଁ କୁଆଡେ

ବିଶ୍ୱର ସୁନ୍ଦରତମ ରୂପ

ହୃଦୟ ଭର୍ତ୍ତୀ ଲୋଭ ମୋତେ ଗିଳି ପକାନ୍ତି

ଦେଖିବାକୁ ଥରେ ମାତ୍ର

ମା ଲୋ

ତୋ ସେ ସୁନ୍ଦର ମୁହଁ

କିନ୍ତୁ 

କେମିତି ଦେଖିବି ଯେ

ମୋ ପାଇଁ ତ ଏ ଦୁନିଆଁ

କେବଳ ଅନ୍ଧକାର ମୟ ।


ଅନ୍ଧାରୁ ଆରମ୍ଭ

ପୁଣି ଅନ୍ଧାରରେ ଶେଷ

ମୋ ଭିତରେ

ବଢେ କିନ୍ତୁ ଶୋଷ

ଦେଖିବାକୁ

ଏ ସବୁଜିମା ଯାହା କୁହ ତୁମେ

ଭାରି ସୁନ୍ଦର ଓ ଲୋଭନୀୟ

ଏ ପୃଥିବୀ

ଦେଖିବାକୁ 

ନଈ,ନାଳ ଓ ପର୍ବତ ।


ତୋତେ ମୁଁ ଅଣ୍ଡାଳି ଖୋଜେ

ନିଜକୁ ବି

ଆଲୋକ ଭର୍ତ୍ତୀ ପୃଥିବୀର ରଙ୍ଗ

ଭିତରେ

କେମିତି ଚମକେ

ମୋ ମା 

ଆଜିକାଲି ତୁ ଭାରି ବ୍ୟସ୍ତ

କହୁଛୁ

ଧନ ରେ!

ତୁ "ଅନ୍ଧ ହୋଇ ଭଲ ହୋଇଛି'

ଅନ୍ତତଃ ଦେଖି ପାରୁନୁ

ଏ କଦାକାର ଦୃଶ୍ୟ ।


ହେଲେ ମା

ମୁଁ ଯେ ଅଭିଶପ୍ତ

'ଅନ୍ଧ'

ତଥାପି ତୁ କହୁଛୁ

ଅନ୍ଧ ହୋଇ ଭଲ ହୋଇଛି'

ଦେଖି ପାରୁନି

ପୋଡ଼ା ଦେହ

କଞ୍ଚା ମାଂସର ବିଳାପ

କଣ ତୋ ପୃଥିବୀ

ଏତେ କୁତ୍ସିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy