STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଅନାହତ ନାଦ- ୧ ଭାଗ- ୫

ଅନାହତ ନାଦ- ୧ ଭାଗ- ୫

2 mins
232

(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଘର ଜଳିଗଲେ ଘର ରହିଯାଏ, ଘର ଛାଡ଼ି ଘର ଯାଏ,

ଅତି ଆଶ୍ଚର୍ଯ୍ୟ, ଭାବି ଦେଖନ୍ତୁ, ମୃତ୍ୟୁ କାଳକୁ ଖାଏ ।୪୯। 

ନିର୍ମଳ ହେଲେ କି ହେଲା ଭାଇ, ନିର୍ମଳ ଲୋଡ଼ୁ ତୁ ସ୍ଥାନ,

ମଳ-ନିର୍ମଳ ବର୍ଜିତ ଯିଏ, ସେ ସାଧୁ କୌଣସି ଆନ ।୫୦।  

ଭଜିବି ଯଦି ଭଜିବି କାହାକୁ, ତେଜିବି ଯଦି କାହାକୁ,

ଭଜନ ତେଜନ ମଧ୍ୟ ରାସ୍ତାଟି, ପାଏ କବୀର ମନକୁ ।୫୧। 

ଯୁଝିବା ଛଡ଼ା ଫେରି ନ ପାରୁ, ଘରୁ ଆସି ଅଛୁ ଦୂର,

ଶିର ପ୍ରଭୁଙ୍କୁ ସମର୍ପି ଦିଅ, ଶୋଚନା କରନି ବୀର ।୫୨। 

ଶିର(ଗର୍ବ) କଟିଲେ ଶିରଃ (ମୁଣ୍ଡ) ରହେ ଓ ନୂଆ ସୀର(ସୂର୍ଯ୍ୟ ବା ଜ୍ୟୋତି) ଜାତ ହୁଏ, 

ଯେମିତି ଦୀପ ବତୀ ଜଳିଗଲେ, ଉଜ୍ଜ୍ୱଳ ଆଲୋକ ଦିଏ ।୫୩। 

ହାରି ଗଲେ ମୁଁ ସେବିବି ଗୁରୁ, ଜିତି ଗଲେ ଭଲ ହେବ,

ସତ୍‌ନାମ ସହ ଖେଳ ଖେଳିବି, ଶିରଃ ଚାଲିଗଲେ ଯିବ ।୫୪।  

ସନ୍ଧାନୀକୁ ଡର ବହୁତ ଲାଗେ, ପଳ ପଳରେ ବିୟୋଗ,

ପଣ ରଖି କରି ଯେ ପ୍ରାଣୀ ମରେ, ଲଭେ ସେ ପ୍ରଭୁଙ୍କ ଯୋଗ ।୫୫। 

ପତିବ୍ରତା ସ୍ତ୍ରୀ, ମଇଳା କାଳି ହେଉ କୁତ୍ସିତା କୁରୁପୀ,

ପତିବ୍ରତା ସ୍ତ୍ରୀ ରୂପ ଆଗରେ, ଉତ୍ସର୍ଗ କୋଟି ସୁରୂପୀ ।୫୬। 

ପତିବ୍ରତା ନାରୀ ପତି ପ୍ରବଣା, ଅପର ଆସକ୍ତି ନାହିଁ,

ସିଂହ ଛୁଆ ପଛେ ଭୋକେ ମରିବ, ଘାସ କେବେ ଖାଏ ନାହିଁ ।୫୭। 

ଆଖଡ଼ା ଘରେ ସୁନ୍ଦରୀ ଆସି ଖେଳେ ପ୍ରିୟ ସାଥେ ଖେଳ,

ଜ୍ଞାନ ପ୍ରଦୀପ ଜଳେଇ ଦିଏ, କାମନାକୁ କରେ ତେଲ ।୫୮। 

ମୁଣ୍ଡ ରହେନି ଶୂର ବୀରର, ଦାତାର ରହେନି ଧନ,

ପତିବ୍ରତାର ସ୍ୱାସ୍ଥ୍ୟ ରହେନି, ସ୍ୱାମୀ ସଙ୍ଗେ ତାର ମନ ।୫୯। 

କବୀର, ମଥା ସିନ୍ଦୁର ସ୍ଥାନେ, କଜ୍ଜ୍ୱଳର ଶୋଭା ନାହିଁ,

ଚକ୍ଷୁରେ ପତି ସର୍ବଦା ସ୍ଥିତ, ଦ୍ୱିତୀୟର ସ୍ଥାନ କାହିଁ ?୬୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics