STORYMIRROR

Dr Subas Chandra Rout

Classics

3  

Dr Subas Chandra Rout

Classics

ଅନାହତ ନାଦ ୧ ଭାଗ ୩

ଅନାହତ ନାଦ ୧ ଭାଗ ୩

1 min
187


ବୈଦ ଦେଖିଲେ କବୀର ଦାସ, ପରୀକ୍ଷା କଲେ ବହୁତ,

ବଇଦ କାହୁଁ ଜାଣି ପାରିବ, ହୃଦୟେ କଷ୍ଟ ଯେ ସ୍ଥିତ ।୨୫।

ପ୍ରେମ ରସ ମୋ ମନ ଜାଣିନି, ନାହିଁ ଶରୀରରେ ଢଙ୍ଗ,

ଶିଷ୍ଟାଚାର ମୁଁ ଜାଣିନି କିଛି, କେମିତି କରିବି ସଙ୍ଗ ।୨୬।

ତୁମେ ତ ଅତି ସମର୍ଥ ପ୍ରିୟ, ଦୃଢ଼ ଧରି ମୋ ବାହୁକୁ,

ମଝି ରାସ୍ତାରେ ଦିଅନି ଛାଡ଼ି , ନିଅ ଗନ୍ତବ୍ୟ ସ୍ଥଳକୁ ।୨୭।

ଅତି ପ୍ରେମରେ ଡାକନ୍ତି ପ୍ରିୟ, ଚାଲି ଯାଇ ମୁଁ ନ ପାରେ,

ପ୍ରିୟ ଉଜ୍ଜ୍ୱଳ, ମୁଁ ତ ମଇଳା, ପାଦକୁ ଛୁଇଁ ନ ପାରେ ।୨୮। 

ଜାଣିନାହୁଁ ତୁ ଗନ୍ତବ୍ୟ ସ୍ଥଳ, ଜାଣିନୁ ନାମ ଗ୍ରାମର, 

ଚାଲି ଚାଲି ତ ଯୁଗ ବିତିଲା, ଅଧ ମାଇଲର ଦୂର ।୨୯। 

ସାଥୀରେ ଚାଲ ସାଧୁ କହନ୍ତି, ସନ୍ଦେହ ରହିଛି ମୋର,

ପ୍ରଭୁ ପରିଚୟ ନାହିଁ ସାଧୁଙ୍କ. ଯାଉଥିବି କେତେ ଦୂର?୩୦।   

ପଥ ବିଚାରୀ କରିବ କଅଣ, ପାନ୍ଥ ନ ହେଲେ ସୁଧାର,

ନିଜର ପଥ ଭୁଲି ଯାଇ ଯେ. ବାଛେ ବାଲୁକା ସାଗର ।୩୧।  

ଯେ ହଂସ ମୋତି ଖାଇ ଶିଖିଛି, ବାଲି ଗରଡ଼ା ନ ଖାଏ,

ବାଲି ଗରଡ଼ା କେବେ ନିଏନି, ମୋତି ମିଳିଲେ ହିଁ ଖାଏ ।୩୨।  

ନାମ ରତନ ଧନ ମିଳିଲେ, ଗଣ୍ଠିଲି ବାନ୍ଧ, ନ ଖୋଲ,

ଚିହ୍ନିବେ ନାହିଁ, ପରଖ ନାହିଁ, ଗ୍ରାହକ ନାହିଁ, ନ ମୂଲ ।୩୩। 

ଛୋଟ ପୁଡ଼ିଆ ଅମୃତକୁ ମୁଁ କନାରେ ରଖିଛି ଧରି,

ନିଜ ସଦୃଶ ମିଳିଲେ କେହି, ପିଆଇବି ସ୍ନେହ ଭରି ।୩୪। 

କଳା ରଙ୍ଗର କୋଠରୀ ତାର କାନ୍ଥ ସବୁ କଳା କାୟା,

ତଥାପି କଳା ଲାଗି ଯାଏନି, ଥିବ ଯଦି ଗୁରୁ ଛାୟା ।୩୫। 

କଳି ଯୁଗ ଏ, କଳୁଷମୟ, କଥା ନ ମାନନ୍ତି କେହି,

ଯାହାକୁ ଦେବ ହିତୋପଦେଶ, ଶତ୍ରୁ ବନିଯିବ ସେହି ।୩୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics