Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Abstract Fantasy

2  

Anil Kumar Parhi

Abstract Fantasy

ଅନାବନା କବିତା - 11

ଅନାବନା କବିତା - 11

1 min
1.3K


ବଡ ଅଜବ ବେଉସା ମୋର

ଲାଭର ନାଁ ନାହିଁ

ମୁଁ ସାଉକାର।

ଈଶ୍ଵର ମତେ

କିଛି ପ୍ରସନ୍ନତାର ପୁଞ୍ଜି ଧରେଇଦେଲେ

କହିଲେ ଯା

ଇଏ ସମ୍ବଳ ତୋର।

ମୁଁ ମନ୍ଦିର ଫୁଲ ଦୋକାନ

ପାଖରେ ବସିଲି

ପ୍ରସନ୍ନତା ମେଲେଇ

ଶୁଣିଥିଲି ସବୁ ଦୁଃଖୀଲୋକ ଏଠେଇ

ପ୍ରସନ୍ନତା ପାଇଁ ଫୁଲ ଓ ନଡିଆ କିଣିଲେ

ପ୍ରସନ୍ନତା କିଣିଲେନାହିଁ।

ମଧୁଶାଳାରେ ଗଜରା

ଅତର,

ପ୍ରସନ୍ନତା ବେକାର।

ମୁଁ ଶେଷରେ ପ୍ରସନ୍ନତା ବିକି

କିଣିବାକୁ ଚାହିଁଲି ବିବଶତା

ରତିଏ ବିବଶତା ଏତେ ମୂଲ୍ୟବାନ

ସମୁଦାୟ ପୁଞ୍ଜି ଦେୟରେ

ମୁଁ ଚିରୁଡାଏ ଆଣିପାରିଲିନି।

ଫେରିଲି ଈଶ୍ଵରଙ୍କ ପାଖକୁ

ଈଶ୍ଵର ତାଙ୍କ ସୃଷ୍ଟିରେ ମଗ୍ନଥିଲେ

ଗୋଟେ ପାତ୍ରରେ ଶୁଦ୍ଧ ଲୁହ

ଶୁଦ୍ଧ କୋହ ଫେଣ୍ଟି

ବାରବାର ହାରିଯାଉଥିଲେ।।

ଅନୀଲ କୁମାର ପାଢୀ


Rate this content
Log in

Similar oriya poem from Abstract