Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ଅନାବନା ଭାବନା

ଅନାବନା ଭାବନା

1 min
383


ଦେଖ ସମସ୍ତ ମନୁଷ୍ୟ ଏଇ 

ମଣିଷ ସମାଜ ଭିତରେ

ଭାବୁଛନ୍ତି ଦୁନିଆଟା ଶେଷ 

ହେଉଛି ତାରି ପାଖରେ ।


ନିଜକୁ ଚିହ୍ନିନି ଓ ନିଜର ଉଦ୍ଦେଶ୍ୟ

କୁ ତ ଜଣା ନାହିଁ

କାହୁଁ ଜାଣିବ ଅନ୍ୟର ଖବର ଅବା 

ଭାବନା ସେହି ।


ମଣିଷ ମୃତ୍ୟୁ ପାଇଁ ଜହର ବିଷ

ଖୋଜେ କାହିଁପାଇଁ

ବହୁତ ପ୍ରକାର ବିଷ ପ୍ରତିଦିନ ପିଉଛି 

ତ ବଂଚିବା ପାଇଁ ।


ରାତିରେ ଶେଜରେ ଗଡିଲା ମାତ୍ରକେ 

ନିଦ ତ ଆସୁନାହିଁ

କାରଣ ଖୋଜିଲେ ପାଇବା ପର ଚିନ୍ତା 

ଟେନସନରେ ରହୁଥାଇ ।


ଦେଖ ଆକାଶକୁ, ପାଇବ ଶାନ୍ତି ଦେଖି 

ସେ କେତେ ନିର୍ମଳ ପବିତ୍ର

ଶାନ୍ତି ତ ପାଉନ, ତେବେ କଣ ମିଳିବ 

ନଷ୍ଟ ଚିନ୍ତା କଲେ ଅନ୍ୟର ।


ଯାହାର କଥା ଶୋଇଲା ସମୟରେ 

ଚିନ୍ତା କରୁଥାଇ

ମନେରଖ ସେହି ବ୍ୟକ୍ତି ଆମ ହୃଦୟର 

ପାଖରେ ଅଛି ରହି ।


ରହୁଛ ନିଜ ସ୍ୱାର୍ଥରେ ଟେନସନ ଓ 

ଅସନ୍ତୋଷ ମନରେ

ଅନ୍ୟର ଅସନ୍ତୋଷକୁ ସମ୍ଭାଳିବା ପାଇଁ 

କି ଯୋଗ୍ୟ ହେବରେ ।


Rate this content
Log in

Similar oriya poem from Abstract