STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଅମୂଲ୍ୟ ବାଣୀ

ଅମୂଲ୍ୟ ବାଣୀ

1 min
250


ଗୀତା ବାଣୀ ଅଟେ ଜୀବନେ ଅମୂଲ୍ୟ,


ରଖିବା ହିଁ ଭାଇ ତାହାରି ହିଁ ମୂଲ୍ୟ।


ଗୀତା ବାଣୀ ଅଟେ ଜୀବନେ ଆଦର୍ଶ,


ଜୀବନ ମାର୍ଗରେ ଅପୂର୍ବ ସନ୍ଦେଶ।


ଜୀବନର ପଥ ଗୀତା ବାଣୀ ଭୀଇ,


ସତ୍ୟମାର୍ଗ ମିଳେ ଗୀତାରେ ହିଁ ଭାଇ।


ସନାତନ ଧର୍ମ ଗୀତା ଶାସ୍ତ୍ର ଆମ


ପରିଚୟ ଭାଇ ଗୀତା ରେ ହିଁ ଆମ।


କର୍ତ୍ତବ୍ୟର ପଥ ପ୍ରଭୁଙ୍କର ବାଣୀ,


ଜୀବନ ପବିତ୍ର ଗୀତାର ହିଁ ବାଣୀ।


ଭକ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ ବାଣୀ,


ଜୀବନ ପଥର ପବିତ୍ର କାହାଣୀ।


ଗତୀମନ ହୁଏ ପବିତ୍ର ଧରଣୀ,


ସର୍ବୋପରି ଏହି ପ୍ରଭୁଙ୍କର ବାଣୀ।


ଜଗତର କର୍ତ୍ତା ଲକ୍ଷ୍ମୀଙ୍କର ସ୍ବାମୀ,


ସମସ୍ତଙ୍କ ନାଥ ଜଗତର ସ୍ବାମୀ।


ଯାହା କିଛି ହୁଏ ଏ ମହି ମଣ୍ଡଳେ,


ଲେଖି ଦେଇଛନ୍ତି ପ୍ରଭୁ ହିଁ କପାଳେ।


କର୍ମର ନିମନ୍ତେ ଦୁର୍ଲ୍ଲଭ ଜୀବନ,


ଧର୍ମ କର୍ମ ଏହି ଜୀବନ ରତନ।


ଗୀତାର ବଚନ ପ୍ରଭୁଙ୍କର ବାଣୀ


ମୄତ୍ୟୁଲେ।କେ ଏହା ତରିବାର ବାଣୀ।


ଅଜ୍ଞାନ ରୁ ଜ୍ଞାନ ପାଇବା ବାଣୀ,


ଜୀବନ ଉଦ୍ଦେଶ୍ୟ ଜାଣିବାର ବାଣୀ।


ଆମର ସଂସ୍କୃତି ଗୀତା ହିଁ ଟି ଜାଣ,


ପୌରାଣିକ ଗାଥା ଗୀତାରେ ହିଁ ଶୁଣ।


ଜୀବନ ଯାତ୍ରାର ଅମୂଲ୍ୟ ଏ ବାଣୀ,


ଭକ୍ତ ପାଇଁ ଏହି ପ୍ରଭୁଙ୍କର ବାଣୀ।


ତରିବାର ମାର୍ଗ ଗୀତାରେହିଁ ଜାଣି,


ବଢୁଥିବା ନିତ୍ୟେ ପ୍ରଭୁଙ୍କର ବାଣୀ।


ଗୀତା ବାଣୀ ଅଟେ ଜୀବନେ ଅମୂଲ୍ୟ


ରଖିବା ହିଁ ଭାଇ ତାହାରି ହିଁ ମୂଲ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract