STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଅମୃତମୟ ଉତ୍କଳ ୨୩

ଅମୃତମୟ ଉତ୍କଳ ୨୩

1 min
226


ଏଇ ମୋ ଓଡ଼ିଶା ଓଡ଼ିଆ ଜାତିର ମହନୀୟତା ବର୍ଣ୍ଣନା

କରିବା ଧୃଷ୍ଟତା କରିଛି ମାତର ନାହିଁ ଯାର ପରିସୀମା

ଠିକେ ଠିକେ କହେ ଯାହା ଅଛି ମୋର ମନେ

ଶୁଣିବେ କୋବିଦେ ଦୋଷ ନଧରିବେ କ୍ଷମିବେ ଆପଣା ଗୁଣେ ।।


ଅନେକ ପଣ୍ଡିତ ବାଗ୍ମୀ ସମାହାରେ ଯାର ମହିମା ମଣ୍ଡିତ

ଅଦିମ ଯୁଗରୁ ୟେ ଲିପି ୟେ ଭାଷା ହୋଇଆସିଛି ବିଦିତ

ୟେ ଜାତିର କବି ଯେ ସାରଳା ଦାସ 

ଜୟଦେବ ଯାହା ଲେଖନୀରୁ ଝରେ ଜ୍ଞାନ ଭରା ଆଦିରସ ।।


ଉତ୍କଳ ଘଣ୍ଟ ମୋ କବି ଯଦୁମଣି କବିସୂର୍ଯ୍ୟ ବଳଦେବ

ଉପଇନ୍ଦ୍ର ଭଞ୍ଜ କବି କୁଳ କଞ୍ଜ ଓଡିଆ ଜାତି ଗୌରବ

ଭକ୍ତ ଦାସ ଛାନ୍ଦ ମଥୁରା ମଙ୍ଗଳ 

ବନମାଳି ,ମହାଦେବ ମହିୟାନ କରିଛନ୍ତି ୟେ ଉତ୍କଳ ।।


କବି ଯଶୋବନ୍ତ ଅଚ୍ୟୁତ ଅନନ୍ତ(୧) ଭୀମ ଭୋଇ ମହାକବି

ଉଦ୍-ଜିବୀତ କରି ଦେଇ ଯାଇଛନ୍ତି ଓଡ଼ିଆ ଜାତିର ଛବି

ଅଭିରାମ ଦେବ କଳ୍-କି ଭଭାଗବତ

ଉତ୍କଳ ର ମାନ ବଢାଇ ସଂସାରେ‌ ରଖିଛି ତା’ର ମହତ ।।


କାନ୍ତକବି ଲକ୍ଷ୍ମୀକାନ୍ତ ଗଙ୍ଗାଧର କବି ଫକୀର ମୋହନ

ଶଚି ରାଉତରା ଗୋଦାବରୀଶ ଯେ ଅନନ୍ତ(୨) ମଧୁସୂଦନ

ବଇଷ୍ଣବ ପାଣି ଗୀତିନାଟ୍ୟ ଭଣି

ରଖି ଯାଇଛନ୍ତି ଅକ୍ଷୟ କୀରତି କବି ଯେ ଉତ୍କଳମଣି ।।


କାବ୍ୟ କବିତା କି ପୁରାଣ ପ୍ରବନ୍ଧ ହୋଇଅଛି ଲିପିବଦ୍ଧ

ଅଲିଭା ଅକ୍ଷରେ ଆଦୃତ ଥିବରେ ଥିବା ଯାଏଁ ସୂର୍ଯ୍ୟ ଚନ୍ଦ୍ର ।।

ଏଇ ମୋ ଉତ୍କଳ ଅମୃତ ଗୌରବ

ୟା ଅମୃତମୟ ବୈଭବ ପ୍ରବାହେ ଦିଗନ୍ତ ଭରି ସୌରଭ ।।

(କ୍ରମଶଃ) 



विषय का मूल्यांकन करें
लॉग इन

Similar oriya poem from Inspirational