ଅମୃତମୟ ଉତ୍କଳ (୧୮)
ଅମୃତମୟ ଉତ୍କଳ (୧୮)
ଉତ୍କଳ ସଂସ୍କୃତି ଗୌରବ ମହାନ ଅମୃତମୟ ଭୁବନ
ଯହିଁ ବିରାଜିତ ଆଖଣ୍ଡଳମଣି ମହିମା ଯାର ଅନନ୍ୟ
ବାଲେଶ୍ଵରେ ଶୈବ ପୀଠ
ଅମୃତମୟ ସେ ପାଦୁକା ସେବନ୍ତେ ଦୂର ହୁଏ ରୋଗ ଶୋକ ।
ଖିରଚୋରା ଗୋପୀନାଥ ଯେ ପବିତ୍ର କି ଦେବି ତା’ର ଉପମା
ଭଦ୍ରକାଳୀ ବିଜେ ଭଦ୍ରକ ମୂଲକେ ଅନୁପମ ତା ମହିମା
ଚନ୍ଦନେ ଶ୍ଵରରେ ନିଜେ
ବିଜେ ହୋଇଛନ୍ତି ଶ୍ରୀଚନ୍ଦନେଶ୍ଵର ପାର୍ବତୀ ଙ୍କୁ ଘେନି ସଙ୍ଗେ ।
ଚଡ଼କ ଯାତରା ପ୍ରସିଦ୍ଧି ଲଭିଛି ନାହିଁ ତା’ର ପଟାନ୍ତର
ସହସ୍ର ଭକତ ପଣା ସଂକ୍ରାନ୍ତିରେ ହୋଇଥାନ୍ତି ଯହିଁ ଠୁଳ
ତାଙ୍କ ମହିମା ଅନନ୍ତ
ତାଙ୍କ ପ୍ରସାଦରୁ ସୁଖ ସଉଭାଗ୍ୟ ଭୋଗକରଇ ଭକତ ।
ଇରମ ପବିତ୍ର ରକ୍ତତୀର୍ଥ ଏତ ଉତ୍କଳ ଇତିହାସରେ
ବାଘା ଜତିନି ଙ୍କ ନାମ ରହିଅଛି ସ୍ଵାଧୀନତା ସଂଗ୍ରାମରେ
ନୀଳଗିରି ପର୍ବତର
ଶିଖରେ ବିଜୟ ମହାସମାରୋହେ ପ୍ରଭୁ ପଞ୍ଚ ଲିଙ୍ଗେଶ୍ଵର ।
ଧାମରା ମୁହାଣେ ମାଆ ଧାମରେଇ ପବିତ୍ର ଅମୃତମୟୀ
ଆଶିର୍ବାଦ କରି ଭକତ ଜନଙ୍କୁ ରଖିଛି ଘଣ୍ଟ ଘୋଡାଇ
ଚାନ୍ଦବାଲି ବନ୍ଦର ର
ପ୍ରାକୃତିକ ଦୃଶ୍ୟ କରେ ଆନମନା ଅପରୂପ ଛବି ତା’ର ।
ସେ ମାଟି ରେ ଜନ୍ମ ଫକିର ମୋହନ ସାହିତ୍ୟାକାଶ ଧ୍ରୁବତାରା
ସଂକ୍ରାନ୍ତି ପୁରୁଷ ବ୍ୟାସ କବି ନାମେ ଯାଣଇଁ ଜଗତ ସାରା
ବାଗ୍ମୀ ଶ୍ରୀମନୋଜ ଦାସ
ପବିତ୍ର ସନ୍ତାନ ଅମୃତ ମାଟିର ଉତ୍କଳେ ଜହ୍ନ ସଦୃଶ ।
ମାନ ସନମାନ କରି ଅମୃତିମ ଉତ୍କଳ ର ଯୈତ୍ରୀ ଉଡେ
ଗୌରବାନ୍ଵିତ ମୋ ଉତ୍କଳ ଭୁବନ କବି କହେ ଭୂମଣ୍ଡଳେ
ଏହି ମୋ ଜନମ ଭୁଇଁ
ଦେବତା ଗନ୍ଧର୍ବେ କରନ୍ତି ତପସ୍ୟା ଏଠି ଜନ୍ମ ନେବାପାଇଁ ।
