STORYMIRROR

Prafulla Chandra Mishra

Classics Inspirational

4  

Prafulla Chandra Mishra

Classics Inspirational

ଅମୃତମୟ ଉତ୍କଳ (୧୫)

ଅମୃତମୟ ଉତ୍କଳ (୧୫)

1 min
212


ମୟୂରଭଞ୍ଜ ମୋ ଉତ୍କଳ ର ଶିରୀ   କିଚକେଶ୍ଵରୀ ମହିମା

ନିତ୍ୟ ପ୍ରସାରିତ ଆଶିଷ ଅମୃତ    ଝରଇ ଯଥା ଝରଣା ।।

କୁଟିକମମୟ ସୁନ୍ଦର ମନ୍ଦିର     ନପଡେ ଆଖି ପଲକ

ଦର୍ଶନ ମାତ୍ରେକେ ହରେ ସର୍ବପାପ  ହରଣ ହୁଅଇ ଦୁଃଖ ।।


ସୁଉଚ୍ଚ ପର୍ବତ ମେଘାସନ ଗିରି  ସେ ମୂଲକେ ସୁଶୋଭିତ  

ଅରଣ୍ୟ ଶୋଭିତ ଶୁକ ଶାରୀ ପିକ କଳ ରୋଳେ ମୁଖରିତ ।।

ବଲାଙ୍ଗିର ର ୟେ ପାଟଣା ଗଡ଼ରେ    ପାଟଣେଶ୍ଵରୀ ମନ୍ଦିର

ରତନ ବେଦୀରେ ମହାସମାଦରେ    ମାଆ କରଇ ବିହାର ।।


ବଙ୍କାସାମ,କର୍ଲାପାଟ ଗିରି ମାନ     ପ୍ରାଚିର ସମାନ “ଉଭା

ହୋଇ” କଳାହାଣ୍ଡି “ଶୋଭା ବର୍ଦ୍ଧନ   କରେ” କି ଉପମା ଦେବା ।।

ଗିରି ପାଦଦେଶେ କନ୍ଧତରୁଣୀ ଯେ   ବନଫୁଲ ଫୁଲେ ଶୋଭା

ନୃତ୍ୟ ରତା ବାଳା ନବ ଛଇଳା ସେ   ଫୁଲେ ମଣ୍ଡେ ତା’ର ଗଭା ।।


ଟିକିରିଗୁଡା ପରବତ ଛତ୍ର ଟେକେ   ମାଣିକେଶ୍ଵରୀ ମନ୍ଦିର

ଛତର ଯାତରା ମନ କିଣିନିଏ    ତା କରୁଣା ତ ଅପାର ।।

ଭଣ୍ଡାରଘରଣୀ ଲଙ୍କେଶ୍ଵରୀ ଦେବୀ   ଭଗ୍ନୀ ମେଳେ ମହାଦେବୀ

ବିଜୟ କରିଛି ରତ୍ନ ସିଂହାସନେ   ଅନୁଭବେ ଅନୁଭବି ।।


ଇନ୍ଦ୍ରାବତୀ ସେହି ଭୁବନେ ପ୍ରବାହେ   ପୀୟୂଷ ରସ ପରସେ

ଦିଗନ୍ତ ବିସ୍ତାରି ଡେଇଁ ବନ ଗିରି   ଝରେ କୁଳୁକୁଳୁ ନାଦେ ।।

ଉତ୍କଳ ଗୌରବ ଗଉରବ ଗାଥା   ଲେଖିଲେ ସରିବ ନାହିଁ

ତେଣୁ ମୋ ଉତ୍କଳ ମମୃତମୟ   ଘୋସେ ତା’ର ନାମ ମହୀ ।। (କ୍ରମଶଃ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics