STORYMIRROR

Puspanjali Panda

Classics

3  

Puspanjali Panda

Classics

ଅମୃତମୟ ସୃଷ୍ଟିରେ

ଅମୃତମୟ ସୃଷ୍ଟିରେ

1 min
128

 ତୁମ ଅମୃତମୟ ସୃଷ୍ଟି ରେ 

ସୁଖର ସକାଳ ବେଳାରେ

ବିଷବଳୟରେ ନିଜକୁବାନ୍ଧୁଛି

ନରଖି ବିଶ୍ୱାସ ଭକ୍ତିରେ ।


ତୁମ ଅମୃତମୟ ସୃଷ୍ଟି ରେ

ଅନୁପମ ଜୀବଦଶାରେ

ଚନ୍ଦନବନର ମହକ ଖେଳୁଛି

ପଙ୍କରେ ଲୋଟେ ମୁଁ ସୁଖରେ।


ତୁମ ଅମୃତ ମୟ ସୃଷ୍ଟି ରେ

ଅଧା ଛାଇ ଅଧା ଆଲୁଅରେ

ଆଲୋକିତ ଧରା ହସୁଛି

ହସ ଖୋଜୁଛି ମୁଁ ଅନ୍ଧାର ରେ।


ତୁମ ଅମୃତମୟ ସୃଷ୍ଟି ରେ

ୠତୁ ଆସେ ୠତୁ ଉପରେ

ଫଳ ଫୁଲ ଶୋଭା ବଢୁଛି

ସରୁଛି ସମୟ ଖେଳରେ।


ତୁମ ଅମୃତମୟ ସୃଷ୍ଟି ରେ

ସତ୍ୟ ଧର୍ମର ଜୟ ଜୟକାରେ

ମିଥ୍ୟା ଅଧର୍ମର ଚେର ବଢୁଛି

ମୁଁ ବଞ୍ଚୁଛି ମିଛ ଖୋଳପାରେ।


 ତୁମ ଅମୃତମୟ ସୃଷ୍ଟି ରେ

ସମ୍ପର୍କ ପର ଆପଣାରେ

ଅବିଶ୍ୱାସ ର ଉଡାଣ ଭରୁଛି

ପ୍ରାଣ ପକ୍ଷୀ ପ୍ରାଣ ହାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics