Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

4  

Kunja Bihari Dalai

Inspirational

ଅମୃତ ସନ୍ଧାନେ

ଅମୃତ ସନ୍ଧାନେ

1 min
348


ଶୃଙ୍ଖଳିତ ଚାଲି ଶିଖ ପିମ୍ପୁଡିଠୁଁ

ସଜାଗ କୁକୁର ଠାରୁ,

ସଞ୍ଚିବା ଶିଖିବା ପାଇଁ ନିଅ ମାନି 

ମଧୁମକ୍ଷିକାକୁ ଗୁରୁ ।


ବୃକ୍ଷ ଠାରୁ ଦାନ ବସୁଧା ସହନ

ଏକାଗ୍ରତା ପାଇଁ ବଗ ,

କିପରି ଭଲକୁ କରିବ ଗ୍ରହଣ

ହଂସ କୁ ପଚାର ଆଗ ।


ଜୀବନ ଦର୍ଶନ ଶିକ୍ଷା ଦିଏ ଶାସ୍ତ୍ର

ସୂର୍ଯ୍ୟ ଦେଖ ନିର୍ବିକାର,

ଈଶ୍ଵର କରୁଣା କେମିତି ମିଳିବ

ଗୁରୁଙ୍କୁ ଥରେ ପଚାର ।


ବିପଦୁଁ ଉଦ୍ଧାର ପାଇବା କୌଶଳ

କଚ୍ଛପ ପାଖରୁ ଶିଖ,

କୁକ୍କୁଟ କାକଠୁଁ ପ୍ରାତେଃ ଶଯ୍ୟା ତ୍ୟାଗ

ବୁଝ ସମୟ ସଠିକ ।


ସଂସାରେ ଜୀବନ ପଦ୍ମ ପତ୍ରେ ପାଣି

ନିଷ୍ଠାରେ ଚାତକ ଭଳି,

ହାତୀର କଇଁଥ ଖିଆରୁ ସୁଖର 

ସନ୍ଧାନ ପାରିବା କଳି ।


ସମୁଦ୍ର ଜଣାଏ ଆନନ୍ଦ ଜୀବନ

କେମିତି କରିବା ଭୋଗ,

ଜୀବନ ହେବନି ନିଷ୍ଫଳ ଥିଲେଟି

ପ୍ରକୃତିଠିଁ ଅନୁରାଗ ।


ଅମୃତମୟ ଏ ସୋମସିକ୍ତ ସୃଷ୍ଟି

ଆମେ ଅମୃତ ସନ୍ତାନ

ଅମୃତ ଆସ୍ବାଦ ପାଇବ ସୃଷ୍ଟିରୁ

କର ଅମୃତ ସନ୍ଧାନ ।


Rate this content
Log in

Similar oriya poem from Inspirational