STORYMIRROR

Birakishore Nayak

Inspirational

3  

Birakishore Nayak

Inspirational

ଅମର ଶିଳ୍ପୀ ରଘୁନାଥ ମହାପାତ୍ର

ଅମର ଶିଳ୍ପୀ ରଘୁନାଥ ମହାପାତ୍ର

1 min
202


ଶିଳ୍ପୀ ହେ ତୁମେ

ଓଡିଶା ମାଟିର ଗର୍ବ, ଗୌରବ ଥିଲ,

କେଉଁ ଅଭିମାନେ ଅଧାବାଟେ ତୁମେ

ନଜଣାଇ ଚାଲିଗଲ,

ବ୍ୟଥାବେଦନlର ଯନ୍ତ୍ରଣା କେତେ

ସମୀରଣେ ଖେଳିବୁଲେ,

ଦ୍ଵିତୀୟ କୋଣାର୍କ ସ୍ୱପ୍ନ ହଜିଲା

ଭାବିଲନି ଥରେ ମନେ,

ଅନ୍ଧାରୁଆ ସବୁ ଦିଶେ

ଓଡିଶା ମାଟିରେ ଜନମିବ ସତେ

ତୁମପରି ଶିଳ୍ପୀ

ଆଉଥରେ କେବେ

ଅlଶା, ମରୀଚିକା ପରି ଭାସେ |


ତୁମରି ହାତର ନିହାଣ ମୁନରେ

ତିଆରି ପ୍ରସ୍ତର ମୂର୍ତ୍ତି,

ଝୁରୁଛି ତୁମକୁ ହେ ଅମର ଶିଳ୍ପୀ

ତୁମ ପରଶର ସ୍ମୃତି,

ଜାପାନେ ସ୍ତବଧ ଅଶୋକ ସ୍ତମ୍ଭ

ଫ୍ରାନ୍ସର ବୌଦ୍ଧ ମୂର୍ତ୍ତି,

ସାରା ବିଶ୍ୱ ଯେ ଚକିତେ ଚାହିଁଛି

ତୁମରି ଫେରିବା ପାଇଁ,

ଭାରତ ସଂସଦେ ଗଢିଥିଲ ତୁମେ

ସୂର୍ଯ୍ୟ ନାରାୟଣ ମୂର୍ତ୍ତି,

କେତେ ଯେ ମନ୍ଦିର, କୋଣାର୍କ ଚକ୍ର

ତୁମରି ହାତର କୀର୍ତ୍ତି

ଅମଳିନ ସବୁ

ଗାଉଥିବ ସଦା

ତୁମରି ଜୀବନୀ ଗୀତି |


ଉତ୍କଳ ଆକାଶେ ଉଦିତ ସୂର୍ଯ୍ୟ ଥିଲ,

ସନ୍ଧ୍ୟା ନହେଉଣୁ

ଅସ୍ତ କିମ୍ପା ହୋଇଗଲ ?

ତୁମରି ଅମ୍ଲାନ ପ୍ରତିଭା ଭାସ୍ଵର

ତଥାପି ଆଲୋକ କରେ ବିଛୁରିତ

ତୁମରି ସ୍ମୃତି ଇତିହାସ ହୋଇ

ଓଡ଼ିଆ ଜାତିର କରେ ଜୟ ଜୟକାର,

ପଦ୍ମ ଭୂଷଣ, ପଦ୍ମ ବିଭୂଷଣ,

ପଦ୍ମଶ୍ରୀ, ମହ୍ଲାର କେତେ ଆଭୂଷଣ

କେତେ ମାନପତ୍ର କେତେ ପୁରସ୍କାର

ପାଇଛ ଜୀବନେ ହେ କର୍ମବୀର,

ସାଂସଦ ହୋଇଥିଲ

ହେ ରଘୁନାଥ ମହାପାତ୍ର,

ନାମକୁ ତୁମର ସାର୍ଥକତା କରିଗଲ,

ରଘୁନାଥଙ୍କର ଯଶ ପ୍ରାୟେ ଯଶି

ମହାପାତ୍ର ବୋଲି

ପାତ୍ର ଯେ ତୁମ ପୂରିତ କୀର୍ତ୍ତିରାଜି,

ସ୍ଵର୍ଗରେ ଥାଇ ଶୁଣ 

ମୃତ୍ୟୁ ତୁମକୁ ଛୁଇଁବନି କେବେ

ଝୁରୁଥିବ ସଦା ତୁମରି ବିରହେ

କୋଟି ଓଡ଼ିଆର ପ୍ରାଣ |




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational