ଅମଳିନ
ଅମଳିନ


ତୃଷ୍ଣା ରେ ଭିଜି
ସ୍ୱପ୍ନ ରେ ହଜି
ଅଜଣା ନଈର ଅଚିହ୍ନା ତୁଠରେ
ନିଇତି ଗାଧୋଇ ଆସୁଛି ମୁହିଁ..
ଅଜସ୍ର କାମନା ଦୀପଶିଖା ଜାଳି
ଚିନ୍ମୟୀ ଅପରୂପାକୁ ମଳିନ କରିଛି ଯାହା
ମୃତ୍ୟୁ ସାଙ୍ଗେ ଖେଳି ଲୁଚକାଳି
ବଞ୍ଚିବାର କରେ ଖାଲି ଅପଳାପ....
ଛଳନାରେ ହସେ ଛଳନାରେ କାନ୍ଦେ
ଜୀବନ ହାଟେ ନିହାତି ନିଃସଙ୍ଗ
ପ୍ରବଞ୍ଚନାର ଧୂଳି ମୁଖେ ମାଖି
ଅବିଶ୍ରାନ୍ତ କରି ଚାଲିଥାଏ ଅଭିନୟ....
ଯେବେଠୁ ଆତ୍ମା ଯାଇଛି ନିରବୀ
ଅନ୍ତ କେଉଁଠି ଖୋଜି ମୁଁ ପାଏନା
ଜନସମୁଦ୍ରର କୋଳାହାଳେ ନିଜକୁ ହଜାଇ
ପୂର୍ଣ୍ଣଚ୍ଛେଦ ଟିଏ ପାଇ ମୁଁ ପାରେନା......
ଚେନାଏ ଅମଳିନ ହସ ଟିଏ ପାଇଁ
ଭିକ୍ଷା ଥାଳ ଧରି ବୁଲେ ଦ୍ୱାରେ ଦ୍ଵାରେ
କୋଟିଏ ଭିତରେ ଗୋଟିଏ ପାଇନି
ନିରାଶ ହୋଇଛି ସବୁଠି ଦେଖି ନିଜ ପ୍ରତିବିମ୍ବ ....