ଅମଳୀନ କନା
ଅମଳୀନ କନା
ଚାଖଣ୍ତେ ପେଟକୁ ବୁଲୁଛି ସେ ନିତି
ଯେଉଁଠାରେ ରାତି ହେଉଛି ଆସି
ଖୋଲାରାସ୍ତାକଡ ଦୋକାନ ବାରଣ୍ତା
ବିଶ୍ରାମ ନିଏ ସେ ରାତିକ ବସି ।
ବହଳ ଅନ୍ଧାର ଜାଡକୁ ଡରେଇ
ରଖିଛି ତାହାର ଛିଣ୍ତା ପଣତ
ଚିରନ୍ତନ ସୁଧା ଆଶିଷ ଝରରୁ
ମାଆକୋଳୁ ହାରି ଯାଉଛି ଶୀତ ।
ମାଆକୋଳେ ଶିଶୁ ନିଗୋଢ ନିଦରେ
ତୁଳିତଳ୍ପ ଶେଯଠାରୁ ଉଷୁମ
ନଥାଉ କମ୍ବଳ ନଥାଉ ରେଜେଇ
ଛିଣ୍ତାପଣତଟି ଦିଏ ଆରାମ ।
ମା'ର ପଣତ ଅମଳୀନ କାନୀ
ଅଖଣ୍ତ,ଅଭୟ ସେ ଦେଇଥାଏ
ମାଆପାଖେ ଥିଲେ ପଙ୍ଗୁଲଙ୍ଘେଗିରି
ବେଦଯାକସବୁ ଅଶୁଦ୍ଧ ହୁଏ ।
ଚଉଦ ବ୍ରହ୍ମାଣ୍ତ ଛପନକୋଟିଙ୍କ
ଜୀବଙ୍କର ସମିଶ୍ରଣ ବି ଉଣା
ଏକା ମାଆକୋଳ ସବୁଠାରୁ ଶ୍ରେଷ୍ଠ
ନ କରିପାରିବେ କେହି ଭରଣା ।
ଶୀତ,ବର୍ଷା,ଖରା ପାଖ ତ ପଶେନି
ଭୂତ,ପ୍ରେତ,ଚଣ୍ତି ପଚାରେ କିଏ
ସତ୍ୟର ସ୍ବରୂପ ମୂର୍ତ୍ତିମନ୍ତ ରୂପ
ସକାଳକୁ ତା'ର ଅପେକ୍ଷାଥାଏ ।
ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ
ନରସିଂହପୁର,ଶ୍ରୀରାମନଗର,
ପିପିଲି,ପୁରୀ ।
