STORYMIRROR

Baijayanti Sahoo

Inspirational Others

3  

Baijayanti Sahoo

Inspirational Others

ମନେ ପ୍ରଶ୍ନ ଉଙ୍କିମାରେ

ମନେ ପ୍ରଶ୍ନ ଉଙ୍କିମାରେ

1 min
248


ସ୍ବାଧୀନ ଭାରତ ସନ୍ତାନ ଭାବରେ

ଆଜି ଆମେ ସର୍ବେ ଗର୍ବିତ

ସ୍ବାଧୀନତା ଲାଭ ହୋଇଛି ଆମର

ବୋହି କେତେ ରକ୍ତପାତ ।

ସଂଘର୍ଷ,ସାଧନା ଆଣିଦେଇଥିଲା

ଭାରତର ସ୍ବାଧୀନତା

ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷେ ପୁଣି

ସମ୍ବିଧାନ ସମାନତା ।

ବେଳେବେଳେ ପ୍ରଶ୍ନ ମନେ ଉଙ୍କିମାରେ

ଭାରତର ଭବିଷ୍ୟତ

ଜାତୀୟ ସଂହତି ଅଭାବବୋଧରେ

ଦେଶ ହେବ ବିପନ୍ନିତ ।

ସ୍ବାର୍ଥଲିପସୁ ଆଉ ସୁବିଧା ବାଦିଏ

ଦୁର୍ନୀତି ,ଶୋଷଣେ ରହି

କଳୁଷିତ ମନେ ଅନ୍ତଃସାରଶୂନ୍ୟ

କ୍ଷମତା ଗାଦିକୁ ନେଇ ।

ଶସ୍ତା ସ୍ଲୋଗାନ ପ୍ରଚାର କରନ୍ତି

ଧୂର୍ତ୍ତ କପଟି ଶାସକ

ଦେଶ ସେବା ନା'ରେ ନିଜସ୍ବାର୍ଥ ସେବା

କରିଥାନ୍ତି ଅତ୍ୟଧିକ ।

ଧ୍ବସଂ ପାଇଁ ନୁହେ ମଣିଷ ଜୀବନ

ସୁସ୍ଥ ସମାଜ ଗଢିବା

ଦୁର୍ନୀତିର ବିଷ ମଜିଂଟିକୁ ପୋଡି

ସଭିଙ୍କୁ ଶାନ୍ତି ବାଢିବା ।

ସହିଷ୍ଣୁ,ସାଧୁତା ସଚେତନତା ଓ

ଚରିତ୍ରବତା ଅଭାବ

ଲୋକ ଚରିତ୍ରର ସଂଶୋଧନ ହେଲେ

ଉଚିତ କର୍ତ୍ତବ୍ୟ ହେବ ।

ନବ ଚେତନାର ଉଦ୍ରେକ କରିବ

ସମସ୍ଯାର ସମାଧାନ

ନୀତି ବାନ ସାଧୁ ପ୍ରକୃତି ଶାସକ

ଶାସନରେ ଦେଇ ମନ ।

ଆମେ ଭାରତୀୟ ଆଦର୍ଶଚିନ୍ତନ

ଭାରତର ଗଣତନ୍ତ୍ର

ବିଶ୍ବ ଦରବାରେ ଦିଗଦର୍ଶନ ଦିଏ

ଆମ ସାଧାରଣତନ୍ତ୍ର ।


ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ,

ପିପିଲି,ପୁରୀ


Rate this content
Log in

Similar oriya poem from Inspirational