ଜାଳି ଜାଗର
ଜାଳି ଜାଗର
ପୂଜିବି ଶଙ୍କର କରିଛି ଉପାସ
ଉଜାଗର ରହି ଜାଳିଜାଗର
ନିରାସେ,ବିଷାଦେ ଥରିଉଠେ ପ୍ରାଣ
କେଉଁଠି ଅଛନ୍ତି ଶିବ ଶଙ୍କର ?
ଏ ଜଡଜଗତେ ଘୋଟିଛି ଅନ୍ଧାର
ନିଦ୍ରାବିମୋହିତ ସର୍ବ ଜୀବନ
ଘୋର ଅବିଶ୍ବାସ ଚିତ୍ତବିଜଡିତ
ଉଦ୍ଧାର କର ଏ ମର୍ତ୍ତ୍ଯଭୁବନ ।
ବଢୁଛି ଅନ୍ୟାୟ,ଅନିତୀ,ଅଧର୍ମ
ଜଗତ ପାପର ଭାରାରେ କ୍ରାନ୍ତ
ପାପତାପଯାକ ଶୋଷିନିଅ ପ୍ରଭୁ
କଳୁଷ,କାଳିମା ଯେତେ ବିଭ୍ରାନ୍ତ ।
ଆଶା ତ ଅସୀମ ପ୍ରତିମୁହୂର୍ତ୍ତରେ
ଉଙ୍କିମାରୁଥାଏ ମନର ବନେ
କି ଦ୍ରବ୍ଯେ ସନ୍ତୋଷ ଚିଦାନନ୍ଦ ତନୁ
ଜାଗୃତି ଜଗାଅ ସର୍ବ ନୟନେ ।
ଅନ୍ତରେ ନିରବେ ହୃଦ କପିଳାସେ
ଶୂଚିମନ୍ତ ହୋଇ ଦୀପକୁ ଜାଳି
ଅଶାନ୍ତି ,ଆବେଗ ଦୂରିଭୂତ ହେଉ
ଜୀବନର ଅର୍ଘ୍ୟ ଦେଉଛି ଢାଳି ।
——————————————
ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ
ନରସିଂହପୁର,ଶ୍ରୀରାମନଗର
ପିପିଲି,ପୁରୀ
