ଜାତୀୟ ସଙ୍ଗୀତ
ଜାତୀୟ ସଙ୍ଗୀତ
ସମଗ୍ର ବିଶ୍ବରେ ଭାରତ ଗୋଟିଏ
ଅଟଇ ବିଚିତ୍ର ଦେଶ
ବହୁଭାଷା,ଧର୍ମ,ରୁଚି,ଭାଷା ଲୋକ
କରନ୍ତି ଏଠାରେ ବାସ ।
ବିଭିନ୍ନତା ସତ୍ତ୍ବେ ରହିଛି ସାଦୄଶ୍ୟ
ଅନେକ ମଧ୍ୟରେ ଏକ
ଜାତୀୟ ସଙ୍ଗୀତ ଜାତି ଜୀବନର
ଆଶା ଆଙ୍କାକ୍ଷା ପ୍ରତୀକ ।
ଜାତୀୟ ଜୀବନ ସ୍ବଦେଶ ପ୍ରୀତିରେ
ସଂସ୍କୃତି ଓ ପରମ୍ପରା
ସଂଗଠିତ କରେ ଗୋଟିଏ ସ୍ରୋତରେ
ସାମାଜିକ ଚିନ୍ତାଧାରା ।
ଦେଶ ଓ ଜାତିର ସ୍ବପ୍ନ,ସଙ୍କଳ୍ପ
ଜାତୀୟ ସଙ୍ଗୀତ ଗାନେ
ମହାନତା ଗର୍ବେ ସ୍ବାଧୀନତା ଆଣେ
ଭାରତୀୟଙ୍କର ମନେ ।
ଆଦର୍ଶ,ସଂସ୍କାର,ଐତିହ୍ଯ ମଣ୍ତିତ
ବିଜୟ ଗୌରବ ଆଣେ
ଜାତୀୟ ଚେତନା ନବଉନ୍ମାଦନା
ସୃଷ୍ଟିକରେ ପ୍ରାଣେପ୍ରାଣେ ।
ଦେଶାତ୍ମବୋଧ,ଆଧ୍ଯ୍ଯାତ୍ମିକ ଭାବ
ଜାଗ୍ରତ କରାଇ ଦିଏ
ସୁପ୍ତଚେତନା ଦିଗଦର୍ଶନ ପାଇଁ
ଆହ୍ବାନଟି ଦେଇଥାଏ ।
ପ୍ରକୃତି,ସୁଷମା ବିଶ୍ବଦେବତାଙ୍କୁ
ଭାଗ୍ୟବିଧାତାଟି ଚିନ୍ତେ
ଆତ୍ମବିଶ୍ବାସକୁ ପ୍ରେରଣା ଦିଅଇ
ଭାରତୀୟ ହୃଦତନ୍ତ୍ରେ ।
ହିନ୍ଦୁ,ବୌଦ୍ଧ,ଶିଖ,ଜୈନ,ପାରସିକ
ମୁସଲମାନ,ଖ୍ରୀଷ୍ଟିୟାନ
ଜାତି,ଧର୍ମ,ଭାଷା,ବର୍ଣ୍ଣ ନିର୍ବିଶେଷେ
ସେ ପରା ସାର୍ବଜନୀନ ।
ଜନଗଣମନ ଦିବ୍ଯସୁଲୋଳିତ
ଜାତୀୟ ସଂହତିସ୍ବର
ପବିତ୍ର ଭାରତ ଜୟ ଭାରତର
ଜୟସୁଧାରସ ଧାର ।
*******************
ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ
ପିପିଲି,ପୁରୀ ।
