କଲ୍ଯାଣକାରୀ ନାରୀ
କଲ୍ଯାଣକାରୀ ନାରୀ
1 min
394
କଲ୍ୟାଣ କାରିଣୀ ନାରୀ
******************
ନାରୀ ନାରାୟଣୀ ଶକ୍ତିପ୍ରଦାୟିନୀ
ନୁହେଁ ଦୁର୍ବଳା ଅବା ଅବଳା
ସୃଷ୍ଟିବିଧାୟିନୀ କଲ୍ଯାଣକାରିଣୀ
ମୂର୍ତ୍ତୀମନ୍ତ ସ୍ବାଭିମାନୀ ମହିଳା ।
ହଳାହଳ ବିଷ ନିଜେ ପାନକରି
ଆନନ୍ଦେ ବାଣ୍ଟେ ସେ ସୁଖ ଅମୃତ
ଜୀବ ଜଗତର ବିକାଶ ନିମନ୍ତେ
ନାରୀ ପୁରୁଷଟି ପରମ ସତ ।
ଶକ୍ତିହୀନ ଶିବ‐ଶବପଦବାଚ୍ଯ
ବିଶ୍ବହିତୈଷିଣୀ ସୃଷ୍ଟି ଜନନୀ
ଦୁହିତା ସେ ଦୁଇ କୂଳର ହିତାଟି
ଜାୟା ଓ ଜନନୀ ପୁଣି ଭଗିନୀ ।
ପରିବାର ମେରୁଦଣ୍ତଟିଏ ନାରୀ
ପୁରୁଷ ନାରୀର ଦିବ୍ୟ ମିଳନେ
ଉପହାର ଦିଏ ସୃଷ୍ଟିଟି ଜଗତେ
ତ୍ଯାଗ,ଉତ୍ସର୍ଗର ଆଦର୍ଶ ମନେ ।
ମୂଲ୍ଯବୋଧ ହ୍ରାସ ପାଉଛି ସମାଜୁ
କରୁଛନ୍ତି ହତ୍ଯା କନ୍ଯାଭ୍ରୁଣଟି
ଅର୍ଥର ଦ୍ବାହିରେ ଯୌତୁକ ରାକ୍ଷାସ
ତିକ୍ତତା ଭରୁଛି ଲୋଭ ବ୍ୟାଧିଟି ।
ନାରୀର ସମ୍ନାନ ବିବାହ ବାସନ୍ଦ
ଯୌତୁକ ଜୁଇରେ ହେଉଛି ଧ୍ବଂସ
ନାରୀମୁକ୍ତି ସ୍ବର ଉତୋଳିତ କର
ନାରୀଟି ନୁହଁଇ ଭୋଗ ବିଳାସ ।
ଉଚିତ ସମୟେ ଧରିବଖଡଗ
ନାରୀନିର୍ଯ୍ଯାତନା ଟାଳିବା ପାଇଁ
ନିଜ ସନମାନ ରକ୍ଷା କରିବାକୁ
ପଛଘୁଞ୍ଚା କେବେ ସେ ଦେବନାହିଁ ।
***********************
ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ
ନରସିଂହପୁର,ଶ୍ରୀରାମ ନଗର
ପିପିଲି"ପୁରୀ
