STORYMIRROR

Baijayanti Sahoo

Others

2  

Baijayanti Sahoo

Others

ମାତୃଭାଷା

ମାତୃଭାଷା

1 min
526


ମାତୃଭାଷା
‐‐‐‐‐‐‐‐‐‐‐‐‐‐‐‐
ଭୂମିଷ୍ଟ ହୋଇଣ ମାତୃଭୂମି ପରେ
ପ୍ରଥମେ ଶୁଣିଲି ଯାହା
ପହିଲିକଥା ଶିଖିବା ସମୟେ
ଯିଏଦେଲା ସେହି ରାହା ।
ମାଆଠାରୁଶୁଣି,ମାଆଠାରୁଶିଖି
ପରିଚିତ ପରିଭାଷା
ଶିଶୁର ଓଠରୁ ସ୍ବଃତସ୍ପୁର୍ତ୍ତଭାବେ
ଝରିଆସେ ଯେଉଁଭାଷା ।
ମାନସିକସ୍ତରେ ଅବବୋଧକଥା
ଅର୍ନ୍ତନିହିତ ଭାବଧାରା
ପ୍ରାକୃତିକ ଅବା କୃତିମ ଢଙ୍ଗରେ
ମାଆଓଠସୁଧାପରା ।
ଜୀବନଧାରଣ ନିମିତ୍ତ ଯେପରି
ମାଟି,ପାଣି,ପବନଟି
ସେପରି ନିବିଡ ଅଟଇଟି ପରା
ଶୁଣିଶୁଣି କଥନଟି ।
ଜନ୍ମଠାରୁ ମତ୍ୟୁ ପର୍ଯ୍ଯନ୍ତ ହୋଇଛି
ମାନବର ସହଚର
ଭାବପ୍ରକାଶର ମାଧ୍ୟମଟି ସିଏ
ଜୀବନ ଜଞ୍ଜାଳର ।
ମାଆଟିର ଭାଷା ସର୍ଦଦାହୁଅଇ
ଜାତିରଶ୍ରେଷ୍ଠ ସମ୍ପଦ
ଜାତିବଞ୍ଚିରହେ ଭାଷାକୁ ନେଇଣ
ଜାତି ପ୍ରଗତି ବିଭବ ।
ଜାତି ଅନ୍ତରରେ ସ୍ବାଭିମାନ ଭରେ
ଏହିମୋର ମାତୃଭାଷା
ଜାତିର ଉନ୍ନତି କରିବାକୁ ହେଲେ
ଉଚ୍ଚକର ମାତୃଭାଷା ।
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ
ନରସିଂହପୁର,ଶ୍ରୀରାମନଗର,ପିପିଲି,ପୁରୀ


Rate this content
Log in