Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayanti Sahoo

Others

2  

Baijayanti Sahoo

Others

କେବେ ହେବନାହିଁ ଜୟ ତୁମର

କେବେ ହେବନାହିଁ ଜୟ ତୁମର

1 min
151


କେବେହେବ ନାହିଁ ଜୟତୁମର
——————————————
ମାନବ ସମାଜ ଆତଙ୍କିତ କରି
କେଉଁ ଜଶବାନା ଉଡାଉଛ
ପ୍ରଶାସନ,ଅର୍ଥନୀତି ଅବସ୍ଥାକୁ
ଅସ୍ଥିରତା ସୃଷ୍ଟି କାହିଁ କରୁଛ ।

ପ୍ରତିହିଁସା ପରାୟଣା ହୋଇତୁମେ
ବିପର୍ଯ୍ଯୟ କାହିଁ ଆଣ ସମାଜେ
ଗଣହତ୍ୟା,ହିଁସାକାଣ୍ତ ଘଟାଉଛ
କେଉଁ ଆଦର୍ଶନୀତିରହେଜେ ।

ପ୍ରତିକ୍ରିୟାଶୀଳ ଗୋଷ୍ଠିଗଢି ତୁମେ
ବୋମା ବିଷ୍ପୋରଣେ ରକ୍ତ ଭସାଅ
ସଂକୀଣ୍ଣଭାବାପନ୍ନ ମନନେଇ
ସନ୍ତ୍ରାସ,ଆତଙ୍କ ଯେ ରଚୁଥାଅ ।

ଗଣହତ୍ଯା,ଗୁଳିଗୋଳା,ପଥରରେ
ବୋମାବିଷ୍ପୋରଣେ ହତ୍ଯାଘଟାଇ
ଧର୍ମପୀଠ ଉଗ୍ରଜାତିଆଣ ଭାବ
ସଂକୀର୍ଣ୍ଣ ଚିନ୍ତାଧାରାକୁ ନେଇ

ପ୍ରତିଶୋଧ ପରାୟଣ ମନଭାବ
ତ୍ଯାଗକର ଅଭିଶପ୍ତ ରାକ୍ଷସ
ନିୟନ୍ତ୍ରଣ ସୀମାରେଖାଠୁଲୁଚିକି
ଚୋରପରିକିଆଁକର ପ୍ରବେଶ ।

ନୀତିହୀନତାର ଆଶ୍ରୟ ନେଉଛ
କେବେହେବ ନାହିଁ ଜୟ ତୁମର
ରକ୍ତପିପାସୁ ହିଂସ୍ର ନରରାକ୍ଷାସ
ଜିଘାଂସାବୋଧକୁ କରପରିହାର ।

ବିଭିନ୍ନଭାଷା,ଧର୍ମ,ସଂସ୍କୃତି ମିଳନ
ବହୁବୈସାଦୃଶ୍ଯ ମଧ୍ୟେ ସାଦୃଶ୍ଯ
ଅନୈକ ମଧ୍ୟରେ ଏକ ତା' ଆଦର୍ଶ
ଭାରତଠୁ ଶିଖ ଅସହିଷ୍ଣୁ ଦେଶ ।
************************

ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ
ନରସିଂହପୁର,ଶ୍ରୀରାମନଗର
ପିପିଲି,ପୁରୀ ।


Rate this content
Log in