ଅମାନିଆ ମନ
ଅମାନିଆ ମନ
ଶବ୍ଦ ମାନେ ମତେ
ହିଂସା କରନ୍ତି
ଠିକ୍ ଏକା ଶତ୍ରୁ ପରି
କବିତା ଲେଖିବା
ଅହଂ ଭାବନା ଟିକକ୍
ଛାରଖାର ହୋଇଯାଏ
ପଙ୍ କ୍ତି ସବୁ ଉଭେଇ ଯାଆନ୍ତି
ନୀଳ ଆକାଶରେ
ହୁଏତ ସେ ଛଳନା
ସବୁକୁ ମୁଁ ଜାଣିପାରେନା
ଘୁରିବୁଲେଁ ତମ ଭାବନା ରାଜ୍ୟରେ ।
କେତେବେଳେ ସମୟ
ବିତିଯାଏ ଜାଣିପାରେନା
ପହଞ୍ଚି ଯାଏ ମୋ ଗନ୍ତବ୍ୟ ସ୍ଥଳକୁ
ମଜ୍ଜାଇ ଦିଏ ମୋ ଅମାନିଆ ମନକୁ ।

