STORYMIRROR

ସୁବ୍ରତ ରଥ

Inspirational

3  

ସୁବ୍ରତ ରଥ

Inspirational

ଅମାନିଆ ଖରା

ଅମାନିଆ ଖରା

1 min
218


ପ୍ରବେଶ ହୁଏ ଗ୍ରୀଷମ

ସଙ୍ଗେ ଘେନି ବଇଶାଖ

ଝାଞ୍ଜି ବୋହୁଛି ଦେହ ଜଳୁଛି

ଅସହ୍ୟ ଉତ୍ତାପ ନେଇ

ତୃଷାର୍ତ୍ତ ପ୍ରାଣ ବିକଳ ହେଉଛି

ସୂର୍ଯ୍ୟଙ୍କର ତାପ ପ୍ରଚଣ୍ଡ ହେଉଛି

ପୁରା ଧରା ହୁଏ ଧଇଁ ସଇଁ।


ଚାଲି ଚାଲି ଥକି ଯାଉଛି

ତଣ୍ଟି ମୋର ଶୁଖି ଯାଉଛି

ଭାରି ଶୋଷ ଲାଗୁଛି

ଦୁଇ ଢୋକ ପାଣି ପିଇ

ଟିକେ ଆରାମ କରିବାକୁ ଇଛା ହେଉଛି।


ନାହିଁ ସେ ଭାଗ୍ୟ ମୋର

ଆରାମକୁ ନାହିଁ ବେଳ

ପିଠି ପଛେ କିଏ ବସିଛି ଅନେଇ

ପେଟ ପାଇଁ ସବୁ ଖେଳ।


ଅକର୍ମଣ୍ୟ ହୋଇ ସେ ପଡ଼ିଛି ବିଛଣାରେ

ଅନେଇ ବସିଛି ଶୁଖିଲା ଆଖିରେ

ଏହିପରି ନିତି ମୋତେ ଖୋଜୁଥିବ

କେତେ ଆଶା ନେଇ ବାଟ ଦେଖୁଥିବ

ଏ ଦୁନିଆରେ ତାର କେହି ନାହିଁ ନିଜର

ମୁଁ କେବେ ତାକୁ କରିନି ପର।


ହେ ଦିବାକର, ତୁମ ତପନରେ ଜଳେ ମୋ ଶରୀର

କରୁଥିବି କାମ ଥିବା ଯାଏ ପ୍ରାଣ ମୋର

ହାରିବାର ଭୟ ନାହିଁ

ଜିତିବାର ପଣ ନେଇ

ଚାଲିଛି ମୁଁ, ଚାଲିଥିବି ମୁଠାଏ ଆଶା ନେଇ।


ଆସିବ ଗୋଧୂଳି ଶୀତଳ ହୋଇବ ଏ ମହୀ

ଥଣ୍ଡା ପବନରେ ଦେହ ମନ ଯିବ ବୋହି ।

ଫେରିବି ମୁଁ ଆଞ୍ଜୁଳାଏ ଆଶାର ଝଲକ ନେଇ

କେଜାଣି, କାହାପାଇଁ ସଂପର୍କ ମୁଁ ଜାଣେ ନାହିଁ।


ରାନ୍ଧି ଯେବେ ଦୁଇ ମୁଠା ଭାତ ଦିଏ ତା ପାଟିରେ

ଭୋକ ବିକଳ ପେଟର, ଲୁହ ଝରୁଥାଏ ତା ଦୁଇ ଆଖିରେ।


ଏ ସଂପର୍କର ନାମ କଣ ତାହା ମୁଁ ଜାଣେନା

ବାପ ମା ଛେଉଣ୍ଡ, ଏ ଅଧମ ପରିଚୟ କିଛି ବୁଝେନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational