ଅମାବାସ୍ୟା
ଅମାବାସ୍ୟା
ତୁମେ ହସ ଦିଅ କି ଲୁହ
ତୁମେ ଦୁୁଃଖ ହୁଅ କି କୋହ
ତୁମେ ହିଁ ମୋର ।
ତୁମେ ଅମାବାସ୍ୟା କି ଚନ୍ଦ୍ରମା
ତୁମେ ରାତି ହୁଅକି ଜୋଛନା
ମୁଁ ହିଁ ତୁମର ।
ତୁମେ ଅମାବାସ୍ୟାରେ ଚାନ୍ଦ
ନା ତମେ ଅନ୍ଧକାର ରାତି
ତୁମେ ସକାଳର ଖରା
ନା ତୁମେ ସଂଜ ବେଳେ ତାତି
ହେଉ ପଛେ ଯେତେ ନିରାନନ୍ଦ
ମୁଁ କିନ୍ତୁ ଜାଣିିିଛି-
ତୁମେ ମୋ ଅମାବାସ୍ୟାର ଚାନ୍ଦ।

