" ଅମାବାସ୍ୟା "
" ଅମାବାସ୍ୟା "
ରାତ୍ରୀ ବେଶୀ ହେଲାପରେ
ନିଶିଟା ପ୍ରଶସ୍ତ ହୁଏ ,
ବିକଟ ଧ୍ଵନି ଆଶ୍ରାରେ
ଉଆଁସୀ ଜୀବଟା ରଡେ ,
ଜୀବର ଜୀବନ ଭୟ
କଳା ଅନ୍ଧକାର ରଂଗ
ଅନୁଭୂତ କରାଇ ସେ
କାତରତା ଭରିଦିଏ ।
ବିଭତ୍ସ ବିକଟ ରୂପ
ଏ ନୀଳ ଆକାଶ ଆଜ ,
କିଟି କିଟି କଳା ସଂଗେ
ମିଟି ମିଟି ତାରା ସାଜ ,
କାହିଁ ଗଲେ ଶୀତଳ ସାନ୍ଧ୍ରି
ଜ୍ୟୋସ୍ନାରାଣୀ ମନ୍ଦାକିନୀ ,
ଅବା ହୋଇଅଛି ରଜ୍ଜ୍ଵସଳା
ଲୁଚିଛି କି ସେ କାମିନୀ ।
