ଅଲୋଡ଼ା ମଣିଷ
ଅଲୋଡ଼ା ମଣିଷ


ରାଜଧାନୀ ର ଉପାନ୍ତ ରେ
ବିରାଟ ଫାଟକ ଦେଇ
ପଶିଗଲା ଗୋଟିଏ ଧଳା ରଙ୍ଗ କାର
ଅପ୍ରୀତିକର ଇଞ୍ଜିନ ର ଶବ୍ଦ
ଅଲୋଡ଼ା ମଣିଷ ଯୋଡିଏ
ଉଠିପଡିଲେ କିଛି ଆଶା ଆଉ ଭାବନା
ବୋଧେ ଆମ କୁ ନେବାକୁ ଆସିଛନ୍ତି
ଆମ ର ଡାକ କାଳିଆ କୁ ସୁଭିଛି
ମୁହଁ ରେ ସ୍ମିତ ହାସ୍ୟ ସହିତ ଭଙ୍ଗା ଝରକା
ସାମ୍ନା ରେ ନିଜକୁ ଠିଆ କଲେ।
ଏମିତି କେତେ ଯେ ଅଲୋଡ଼ା ଯୋଡି
ମାନଙ୍କର ଏଠି ଆଶ୍ରୟସ୍ଥଳ
ପ୍ରତ୍ୟେକ ଦିନ ମରୁଛନ୍ତି,କେବେ ପୁଣି
ପୁରୁଣା ସ୍ମୃତି କୁ ଜାଗ୍ରତ କରି ବେଦନା
କୁ ଦୁରେଇବାକୁ ଚେଷ୍ଟା ବି କରୁଛନ୍ତି
ପାଇବାକୁ କିଛି ଆଶା ନାହିଁ
ଭାଗ୍ୟକୁ ଆଦରି ରହିଛନ୍ତି
ଏହି ଜରା ନିବାସ ରେ
ସମାଜ ରହିଛି ମାତ୍ର ଅଳ୍ପ ଦୂରରେ
ନିଜ ଲୋକ ଅଛନ୍ତି କାହିଁ କେତେ ଦୂରରେ
ତଥାପି ଅଲୋଡ଼ା,ଆଖୋଜା ଜୀବନ ନେଇ
ବଞ୍ଚିଛନ୍ତି ଏହି ଦୁନିଆ ଆଖି ରେ
ନିଆଁ କୁ ସାକ୍ଷୀ ରଖି ଦଶ ଦିଗ ପାଳ
ସାମ୍ନା ରେ ଦୁହେଁ ପରସ୍ପର କୁ ନିଜର କରିଥିଲେ
ଅଚିହ୍ନା ,ଅଜଣା ମଣିଷ ଯୋଡିଏ ସବୁଦିନ
ପାଇଁ ସମ୍ପର୍କ ଡୋରି ରେ ବାନ୍ଧି ହେଲେ
କିନ୍ତୁ ଯେ ଚିହ୍ନା ଥିଲା,
ଯାହା ର ଶ୍ରୀରା ପ୍ରସିରା ରେ ଗୋଟିଏ
ରକ୍ତ ପ୍ରବାହିତ ସେ କିନ୍ତୁ ସମୟ ଚକ୍ର ରେ
ଅଜଣା ଆଉ ଅଚିହ୍ନା ହୋଇଗଲା।
ସେହି ପୁଅ ପାଇଁ ଆଜି ଏମାନେ
ଅଲୋଡ଼ା ମଣିଷ ଯୋଡିଏ
ଏମିତି ହଠାତ ଭାବୁ ଭାବୁ
"ଏମିତି ଗାଡି ତ ପୁଅ ର ଅଛି
ବୋହୁ କରେ ଚାକିରୀ"
ଦୁଇ ମୁଠା ଦାନା ପାଇଁ ପଡିଛନ୍ତି ସେମାନେ
ବନ୍ଧୁ,ପରିଜନ,ଘର ତୁଚ୍ଛ କରି
କାହାକୁ ନିଜ ରକ୍ତ ବିରୁଦ୍ଧରେ କହିବେ?
ଆଶା ଆଉ ଆକାଙ୍ଷ୍ୟ ନେଇ
ଛାତି କୁ ପଥର କରି ଦିନ କିବା ରାତି
ଅକ୍ଲାନ୍ତ ପରିଶ୍ରମ ରେ ସ୍ୱଳ୍ପ ସଞ୍ଚିତ ଧନ ରେ
ଗଢି ଥିଲେ ଖଣ୍ଡେ ଘର
ପେଟ କୁ ଦାନା ମାରି
ଉଚ୍ଚ ଶିକ୍ଷିତ କରାଇଲେ ଶେଷ ରେ
ମୁଣ୍ଡ ଗୁଞ୍ଜିବା ପାଇଁ ମିଳିଲାନି ଛପର
ଜରାନିବାସ
ହେଲା ସାର।
ସେହି ଅଲୋଡ଼ା ମଣିଷ ଯୋଡିଏ ରୁ
ଜଣେ ଥରେ ବୁଲି ପଛ କୁ ଚାହୁଁଛି
ଏନ୍ତୁଡ଼ି ଶାଳ ର ପ୍ରସବ ବେଦନା
ସେ ସବୁ ଭୁଲିଛି
କଅଁଳିଆ ଖରା ରେ କୁଆଁ କୁଆଁ ଡାକ
ତା ହାତ ରୁ କାମ ଛଡ଼ାଇଛି।
ଥୁକୁ ଥୁକୁ ଚାଲି ,ଚାହାଳି ଘର
ପାଠ ପଢା,ଖଣ୍ଡି ସ୍ୱର ରେ ମା ଡାକ
ଧୂଳି ଖେଳ ପରେ ତାଗିଦ
ସବୁ ତାର ମନେ ଅଛି
ଦିଅଁ ଦେବତା କୁ କେତେ ମନାସିଛି
ମଣିଷ କରିବା ପାଇଁ
ରକ୍ତ କୁ ପାଣି କରି ଢାଳିଛି
କୁଆଁରୀ ବେଳ କଥା
ନିକଟରେ ଛାଡିଥିବା ମା ର କୋଳ
ସବୁ କିଛି ତୁଚ୍ଛ କରିଦେଇଛି ସେ
କେବଳ ମା ର କର୍ତ୍ତବ୍ୟ କରିବା ପାଇଁ
ଏସବୁ କେମିତି ଭୁଲିବ ସେ?
କେଉଁଠି ଭୁଲ ରହିଗଲା ଆଉ?
ଆଉ କଣ ବା କରିବାର ବାକିଥିଲା
କିଏ ବୁଝାଇଦେବ ଏହି
ଅଲୋଡ଼ା ମଣିଷ ଯୋଡିଏ ଙ୍କୁ
ଘର ଟି ପୁରି ଉଠିବ
କେତେ ସ୍ୱପ୍ନ ଦେଖିଥିଲା ତାଙ୍କ ଆଖି
ସବୁ କୁ ପାଇଗଲା ପରେ
ସବୁ କିଛି ହାରିଛନ୍ତି।
ଦୁର୍ଦ୍ଦିନ କବାଟ ଆସି ଠକ ଠକ କରି
ପଶି ଆସିଛି ଅଲୋଡ଼ା ମଣିଷ
ର ସୁନା ସଂସାର କୁ।
ହେଲେ ଆଜି ଜରା ନିବାସ
ନିଜର କରିଛି ଏମାନଙ୍କୁ
ତଥାପି ଭଙ୍ଗା ଝରକା ଫାଙ୍କ ରେ
ଅଲୋଡ଼ା ମଣିଷ ଟି ତାକୁ ଖୋଜୁଛି
ତା ଆଖି ପାଇବା ଯାଏଁ ଖୋଜୁଛି
ତା ରକ୍ତକୁ ,କାଳେ ସେ ଆସିଥିବ
ପଛକୁ ଚାହିଁଲା ବେଳେ ଦେଖୁଛନ୍ତି ଦୁହେଁ
ଜରା ନିବାସ ତାଙ୍କୁ କୋଳେଇ
ନେବାକୁ ସ୍ୱାଗତ କରୁଛି
ଆଉ କହୁଛି ତୁମେ ଏକା ନାହଁ
ମୁଁ ଅଛି ତୁମ ସହିତ ,ଦୁନିଆ ଆଖିରେ ତୁମେ
ହୋଇପାର ଅଲୋଡ଼ା କିନ୍ତୁ ସେ ମୋ ଆଖିରେ
ନୁହେଁ ଆମେ ସମସ୍ତେ ଏକ ପରିବାର
ଏଠି ସ୍ନେହ ,ମମତା,ପରସ୍ପର ଭଲ ପାଇବା
ସବୁ ଅଛି ଆସ ଫେରିଆସ
ତୁମ ପରି ଅନେକ ଅଲୋଡ଼ା ଯୋଡି
ତୁମ କୁ ଡାକୁଛନ୍ତି କୋଳେଇ ନେବାକୁ...
ଆସ ଫେରି ଆସ.....
ପ୍ରକାଶ ସାହୁ